Only for Entertainment

ପ୍ରାକ୍ଟିସ କରିବା ସମୟରେ ଦିଶାଙ୍କ ଆଣ୍ଠୁରେ ଲାଗିଲା ଗଭୀର ଆଘାତ, ଦେଖନ୍ତୁ ଭିଡିଓ !

timesnow news
0 46

ବଲିଉଡ ଅଭିନେତ୍ରୀ ଦିଶା ପଟାନି ଫିଲ୍ମ ଭାରତର ଏକ ଷ୍ଟଂଟ ସିନ ପାଇଁ ପ୍ରାକ୍ଟିସ କରୁଥିବା ବେଳେ ତାଙ୍କୁ ଗମ୍ଭୀର ଆଘାତ ଲାଗିଛି । ଭାରତରେ ସଲମାନ ଖାନ ଏବଂ ପ୍ରିୟଙ୍କା ଚୋପ୍ରା ଲିଡ ଭୂମିକାରେ ଥିବା ବେଳେ ଦିଶା ପଟାନି ଏକ ଟପେଜି ଆଟିଷ୍ଟ ର ଚରିତ୍ର ନିଭେଇବେ । ଦିଶା ପଟାନିଙ୍କର ଷ୍ଟଂଟ ସିନର ପ୍ରାକ୍ଟିସ ସମୟର କିଛି ଦୃଶ୍ୟ ଏବେ ଇନଷ୍ଟାଗ୍ରାମରେ ଭାଇରା ଲ ହେବାରେ ଲାଗିଛି ।

Train train❤️ @nadeemakhtarparkour88 ?

A post shared by disha patani (paatni) (@dishapatani) on

ଅଭ୍ୟାସ କରୁଥିବା ସମୟରେ ଦିଶାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ଜିମନାଷ୍ଟିକ ପ୍ରାକ୍ଟିସ କରୁଥିବା ବେଳେ ତାଙ୍କୁ ଆଘାତ ଲାଗିଥିଲା ଯାହାପରେ ସେ ଏବେ ଫିଜିଓଥେରାପି ନେଉଛନ୍ତି ବୋଲି ଜଣାପଡିଛି । ଏବେପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଶାଙ୍କୁ ନେଇ ମିଳିପାରିନାହିଁ କି ସେ କେବେ ଭାରତର ଷ୍ଟଂଟ ସିନ ସୁଟିଂ କରିବେ କି କରିବେନି । ତେବେ ଏହାକୁ ନେଇ କିଛି ସୂଚନା ମିଳିନଥିବା ବେଳେ ଏକ ରିପାର୍ଟ ଅନୁସାରେ ଜଣାପଡିଛି ଯେ ଦିଶାଙ୍କୁ ଡାକ୍ତର ବେଶି ଫିଜିକଲ ଆକ୍ଟିଭିଟିସ ନ କରିବାକୁ ଆଦେଶ ଦେଇଛନ୍ତି ଏବଂ ଭଲ ଭାବେ ବିଶ୍ରାମ ନେବା ପାଇଁ କହିଛନ୍ତି ।

ସଲମାନ ଖାନ ଏବଂ ପ୍ରିୟଙ୍କାଙ୍କ ଭୂମିକା ବିଷୟରେ ପୂର୍ବରୁ ଜଣାପଡିଯାଇଥିଲା କିନ୍ତୁ ଦିଶାଙ୍କ ଚରିତ୍ରକୁ ନେଇ ଲାଗି ରହିଥିଲା ଦ୍ୱନ୍ଦ । ତେବେ ଏବେ ଖବର ମିଳୁଛି କି ଦିଶା ଫିଲ୍ମ ଭାରତରେ ସଲମାନଙ୍କ ଭଉଣୀ ର ଚରିତ୍ରରେ ନଜର ଆସିପାରନ୍ତି । ବାଗି-୨ ରେ ଟାଇଗର ସ୍ରଫ୍ଙ୍କ ବିପକ୍ଷରେ ନଜର ଆସିସାରିଥିବା ଦିଶାଙ୍କ ରୋଲ ସିନେମା ଭାରତରେ ମଜବୁତ ରହିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More