Only for Entertainment

ଦିଶା ପଟାନୀ ହଲିଉଡ ପପଷ୍ଟାର ବିୟୋନ୍ସେଙ୍କୁ ଦେଲେ ଟକ୍କର, ଭିଡିଓ ହେଲା ଭାଇରାଲ

zee news
0 47

ଦିଶା ପଟାନୀ ବଲିଉଡର ସବୁଠାରୁ ଫିଟ ହିରୋଇନ ମଧ୍ୟରୁ ଏକ । ଡ୍ୟାନ୍ସ ହଉ କିମ୍ୱା ଏକ୍ସରସାଇଜ ଦିଶା ପ୍ରତ୍ୟେକ ଅନ୍ଦାଜରେ ସେ ଫିଟ ଥିବା ପ୍ରମାଣ କରିଛନ୍ତି । ଟାଇଗର ଶ୍ରଫଙ୍କ ସହିତ ବାଗୀ-୨ରେ ନଜର ଆସିଥିବା ଦିଶା ଖୁବ ଶୀଘ୍ର ସଲମାନ ଖାନଙ୍କ ସହିତ ଫିଲ୍ମ ‘ଭାରତ’ରେ ନଜର ଆସିବେ । ଇତି ମଧ୍ୟରେ ଦିଶାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ଦିଶା ଶନିବାର ଦିନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଦିଶା ହଲିଉଡ ପପଷ୍ଟାର ବିୟୋନ୍ସେଙ୍କୁ ଡ୍ୟାନ୍ସରେ ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ଭିଡିଓର ଗୋଟିଏ ପାଖରେ ବିୟୋନ୍ସେ ଏବଂ ଅନ୍ୟ ପାଖରେ ଦିଶା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଦିଶାଙ୍କ ଏହି ଭିଡିଓକୁ ସେୟାର କରାଯିବାର କିଛି ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।


୨୦୧୬ରେ ଫିଲ୍ମ ‘ଏମ ଏସ ଧୋନୀ’ ଜରିଆରେ ବଲିଉଡ ଡେବ୍ୟୁ କରିଥିବା ଦିଶାଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଫ୍ୟାନ ଫଲୋଇଙ୍ଗ ରହିଛି । ଇଂଷ୍ଟାଗ୍ରାମରେ ଦିଶାଙ୍କର ୧ କୋଟି ଫଲୋୟର୍ସ ଥିବା ବେଳେ ଟ୍ୱିଟରରେ ୧କୋଟି ୯୯ ଲକ୍ଷ ଫଲୋୟର୍ସ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More