Only for Entertainment

ବଦଳିଲା ଦିଶାଙ୍କ ଭାଗ୍ୟ, ସଲମାନଙ୍କ ସହିତ ଏହି ଫିଲ୍ମରେ ଆସିବେ ନଜର

Cinestaan
0 56

‘ବାଗୀ-୨’ର ସଫଳତା ପରେ ମଧ୍ୟ ଫିଲ୍ମର ଲିଡ ଅଭିନେତ୍ରୀ ଦିଶା ପଟାନୀଙ୍କୁ କୌଣସି ଫିଲ୍ମ ନମିଳିବା ଚର୍ଚ୍ଚାରେ ରହିଥିଲା
। କିନ୍ତୁ ଖବର ଅନୁସାରେ ଦିଶାଙ୍କୁ ଏବେ ଏକ ବଡ ଫିଲ୍ମର ଅଫର ମିଳିଛି । ଦିଶାଙ୍କୁ ସଲମାନ ଏବଂ ପ୍ରିୟଙ୍କା ଚୋପ୍ରା ଅଭିନୀତ ଫିଲ୍ମ ‘ଭାରତ’ ରେ କାଷ୍ଟ କରାଯାଇଛି ବୋଲି ଶୁଣିବାକୁ ମିଳିଛି । ଯଦି ଏହି ଖବର ସତ ହୁଏ ତେବେ ଦିଶାଙ୍କ କ୍ୟାରିୟରକୁ ଏକା ଏକ ନୂଆ ମୋଡ ଦେବ ।

bharat1

ଦିଶାଙ୍କୁ ଫିଲ୍ମରେ ଯେଉଁ ରୋଲ ପାଇଁ କାଷ୍ଟ କରାଯିବାର ଖବର ଆସୁଛି ଏହା ପୂର୍ବରୁ ସେହି ରୋଲ ପାଇଁ ଶ୍ରଦ୍ଧା କପୁରଙ୍କ ନାମ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଏହି ଚରିତ୍ର ପାଇଁ କାହାର ନାମକୁ ଫାଇନାଲ କରାଯାଇଛି ତାହାର କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ ।

କହିରଖୁଛୁ ଯେ ସଲମାନ ଖାନଙ୍କ ଏହି ଫିଲ୍ମ ଏକ ବଡ ପ୍ରୋଜେକ୍ଟ । ଫିଲ୍ମରେ ଭାରତର ୭୦ ବର୍ଷର ଇତିହାସକୁ ଦର୍ଶାଯିବ । ଏହା ସହିତ ଭାରତ ପାକିସ୍ତାନ ବିଭାଜନର କାହାଣୀ ମଧ୍ୟ ଫିଲ୍ମରେ ସ୍ଥାନ ପାଇଛି । ଏହାର ସୁଟିଂ ପାକିସ୍ତାନ ସୀମାରେ କରାଯିବ । ସୁଟିଂ ପାଇଁ ନିର୍ଦ୍ଦେଶକ ଅଲୀ ଆବାସ ଜଫର ଏକ ଭଲ ଲୋକେସନ ଖୋଜୁଥିବା ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More