Only for Entertainment

‘ଭାରତ’ ପରେ ଏହି ଫିଲ୍ମରେ ନଜର ଆସିବ ସଲମାନ ଖାନ-ଦିଶା ପାଟନୀଙ୍କ ଯୋଡି !

Risingbd
28

ଚଳତ ବର୍ଷ ସଲମାନ ଫ୍ୟାନ୍ସଙ୍କ ଇଦରେ ଫିଲ୍ମ ‘ଭାରତ’ ଭେଟି ଦେଇଥିଲେ । ଏହା ପରେ ସଲମାନ ଏବେ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂରେ ବ୍ୟସ୍ତ । ‘ଦବଙ୍ଗ ୩’ ପରେ ସଲମାନ ‘ରାଧେ: ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ କପ’ରେ ନଜର ଆସିବେ । ଏହି ଫିଲ୍ମ ପାଇଁ ଏବେ ହିରୋଇନଙ୍କ ନାମ ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଥିଲା ଏହି ଫିଲ୍ମରେ ସଲମାନଙ୍କ ଅପୋଜିଟରେ ଅନୁଷ୍କା ଶର୍ମା ନଜର ଆସିବେ ମାତ୍ର ଏବେ ଖବର ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ସଲମାନଙ୍କ ସହିତ ଦିଶା ପାଟନୀ ନଜର ଆସିବେ ।

 

View this post on Instagram

 

🌼

A post shared by disha patani (paatni) (@dishapatani) on

ରିପୋର୍ଟ ଅନୁୂସାରେ ଫିଲ୍ମ ଭାରତରେ ଦିଶାଙ୍କ କାମ ଦେଖିବା ପରେ ମେକର୍ସ ଫିଲ୍ମ ‘ରାଧେ: ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ କପ’ରେ ତାଙ୍କ ନାମକୁ ଚୟନ କରିଛନ୍ତି । ଖବର ଅନୁସାରେ ଫିଲ୍ମରେ ଲିଡ ହିରୋଇନ ଭାବେ ଦିଶାଙ୍କୁ ନେବା ପାଇଁ ମେକର୍ସ ଚାହୁଁଛନ୍ତି । କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।

ଏହା ପୂର୍ବରୁ ସଲମାନ ଦିଶାଙ୍କ ସହିତ ଭାରତରେ ନଜର ଆସିଥିଲେ । ଫିଲ୍ମରେ ଦିଶାଙ୍କ ରୋଲ ଛୋଟ ଥିଲା ସତ ମାତ୍ର ତାହା ଖୁବ ଗୁରୁତ୍ୱପୂର୍ଣ୍ଣ ଥିଲା । ସଲମାନଙ୍କ ସହିତ ତାଙ୍କର ଗୀତ ‘ସ୍ଲୋ ମୋସନ’କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ଦେଖାଯାଇ ମେକର୍ସ ଦିଶାଙ୍କୁ ଫାଇନାଲ କରୁଛନ୍ତି ନା ଆଉ କାହାକୁ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More