Only for Entertainment

ଟାଇଗର ଏବଂ ଦିଶାଙ୍କ ସମ୍ପର୍କରେ ଫାଟ, ଏହି କାରଣରୁ ସମସ୍ତଙ୍କ ସାମ୍ନାରେ କଲେ ଝଗଡା

IBTimes India
0 49

ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ‘ବାଗୀ-୨’କୁ ନେଇ ଏବେ ଖୁବ ଚର୍ଚ୍ଚା । ପ୍ରଶଂସକମାନେ ଟାଇଗରଙ୍କ ଷ୍ଟଣ୍ଟ ଏବଂ ଆକ୍ସନ ଦେଖିବା ପାଇଁ ଚାହିଁ ରହିଛନ୍ତି । ଫିଲ୍ମରେ ତାଙ୍କ ଗର୍ଲଫ୍ରେଣ୍ଡ ଦିଶା ପଟ୍ଟାନୀ ମଧ୍ୟ ଲିଡ ରୋଲରେ ନଜର ଆସିବେ । ବର୍ତ୍ତମାନ ଦୁହେଁ ଏକା ସହିତ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।

ଟାଇଗରଙ୍କ ସହିତ କାମ କରିବା ଫଳରେ ଦିଶାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ ବଢିବାକୁ ଲାଗିଛି । କିନ୍ତୁ ଦିଶା ତାଙ୍କ ବୟଫ୍ରେଣ୍ଡଙ୍କ ପପୁଲାରିଟିକୁ ମ୍ୟାଚ କରିପାରୁ ନାହାନ୍ତି । ଦୁହେଁ ଯେଉଁଠିକୁ ଯାଉଛନ୍ତି ସେଠାରେ ଟାଇଗରଙ୍କ ବିଷୟରେ ହିଁ ଆଲୋଚନା ହେଉଛି । ଏହାକୁ ଦିଶା ହଜମ କରିପାରୁନାହାନ୍ତି ।

baaghi-2

ରିପୋର୍ଟ ଅନୁସାରେ ଦିଶାଙ୍କ ଠାରୁ ଟାଇଗରଙ୍କୁ ଅଧିକ ଲାଇମଲାଇଟ ମିଳୁଥିବାରୁ ଦିଶାଙ୍କୁ ଏହା ପସନ୍ଦ ଆସୁନାହିଁ । ଏହି କାରଣରୁ ଦୁହିଁଙ୍କ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଉଛି । ଦୁହିଁଙ୍କ ମଧ୍ୟରେ କିଛି ଠିକ ନାହିଁ । ନିକଟରେ ଫିଲ୍ମର ପ୍ରମୋଶନ ବେଳେ ଦୁହେଁ ଝଗଡା ମଧ୍ୟ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଦୁହିଁଙ୍କର ଏହି ଫିଲ୍ମ ମାର୍ଚ୍ଚ ୩୦ରେ ରିଲିଜ ହେବ । ଏହା ପୂର୍ବରୁ ଫିଲ୍ମର ଆକ୍ସନ ମେକିଙ୍ଗ ଭିଡିଓ ସୋସିଆଲ ମିଡିଆରେ ରିଲିଜ କରାଯାଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More