Only for Entertainment

୫ ଘଂଟାରେ ୧୦ ଲକ୍ଷ ଲୋକ ପସନ୍ଦ କଲେ ଦିଶାଙ୍କ ଏହି ଫଟୋ ।

NewsX
40

ଦିଶା ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଦର୍ଶକ ମଧ୍ୟ ତାଙ୍କର ପ୍ରତ୍ୟେକଟି ପୋଷ୍ଟକୁ ଖୁବ ପସନ୍ଦ କରନ୍ତି । କିନ୍ତୁ ଏହି ଥର ଦିଶାଙ୍କ ଏକ ଫଟୋ ଖୁବ ଭାଇରାଲ ହେଉଛି ଯାହାକୁ ୫ ଘଂଟାରେ ୧୦ ଲକ୍ଷ ଲୋକ ପସନ୍ଦ କରିଛନ୍ତି ।

ଦିଶା ନିଜର ଭେରିଫାଇଡ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଏହି ଫଟୋ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି। ଦିଶା ପାଟନି ଏକ ବିକିନି ଫଟୋକୁ ସେୟାର କରିଥିଲେ, ଯାହାକି ୫ଘଣ୍ଟାରେ ୧୦ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରି ସାରିଲେଣି।

ତେବେ ଏହା ପ୍ରଥମ ଘଟଣା ନୁହେଁ କି ଦିଶା ନିଜର ବିକିନି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଏହା ପୂର୍ବରୁ ଏଭଳି ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବ୍ୟବହାରକାରୀ ଦିଶାଙ୍କ ଏଭଳି ଫଟୋ ସେୟାର କରିବାକୁ ନେଇ ଅନେକ ଥର ଟ୍ରୋଲ ମଧ୍ୟ କରିଛନ୍ତି। ଦିଶା ଖୁବ୍‌ ଶୀଘ୍ର ବଲିଉଡ୍‌ରେ ନିଜର ସ୍ଥାନ ବନାଇବା ସହିତ ଏବେ ସିନେମା ଭାରତରେ ସଲମାନ୍‌ ଖାନ୍‌ ସହିତ ନଜର ଆସିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More