Only for Entertainment

ଛାଡ଼ପତ୍ର ପରେ ମଧ୍ୟ ପୂର୍ବ ସ୍ତ୍ରୀ ପାଇଁ ବର ଖୋଜିଲେ ସ୍ୱାମୀ,ବିବାହ ମଧ୍ୟ କରାଇଲେ ।

mv slim.com
0 35

ଆଜିକାଲି ବିବାହର ଅଳ୍ପ ଦିନ ପରେ ଛାଡ଼ପତ୍ର ଦେବା ଏକ ସାଧାରଣ କଥା ପାଲଟିଛି । କାରଣ ଲୋକଙ୍କ ମଧ୍ୟରେ ଧୈର୍ଯ୍ୟର ସ୍ତର କମିବାରେ ଲାଗିଛି । ଛାଡ଼ପତ୍ର ପରେ ଆରମ୍ଭ ହୁଏ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଆଇନ କାନୁନର ଲଢେଇ । କିନ୍ତୁ ମଧ୍ୟପ୍ରଦେଶର ଗ୍ୱାଲିଅରର ଏକ ଯୁବକ ଏଭଳି କିଛି ଉଦାହରଣ ତିଆରି କରିଚନ୍ତି ଯେଉଁଥିପାଇଁ ଖୁବ ଚର୍ଚ୍ଚା ଚାଲିଛି ।

ବିଜନେସମ୍ୟାନ ଗୌରବ ତାଙ୍କ ପୂର୍ବ ସ୍ତ୍ରୀ ଙ୍କ ବିବାହର ପୂରା ଦାୟୀତ୍ୱ ନେଇଛନ୍ତି । ସେ ତାଙ୍କର ଦ୍ୱିତୀୟ ପତିଙ୍କ ସହିତ ବିବାହ କରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନେଇଥିଲେ ଏବଂ ସଂପୂର୍ଣ୍ଣ ମଧ୍ୟ କରିଥିଲେ । ୪ ବର୍ଷ ପୂର୍ବରୁ ଗୌରବଙ୍କର ଏହି ଝିଅ ସହିତ ବିବାହ ହୋଇଥିଲା । କିନ୍ତୁ ସେ ତାଙ୍କ ଶ୍ୱଶୁର ଘରର ଲୋକଙ୍କ ସହିତ ବହୁ ସମୟ ରହି ପାରିନଥିଲେ । ବିଚାରରେ ଝିଅ ଖୁବ ମର୍ଡନ ଥିଲାଳଯାହା ଗୌରବଙ୍କ ପରିବାରକୁ ପସନ୍ଦ ଆସିଲା ନାହିଁ । ଯେଉଁ କାରଣରୁ ଘରେ କଳି ଝଗଡ଼ା ଲାଗି ରହିଲା ।

muslim_wedding_hands

ଘରର ସୁଖ ଓ ଶାନ୍ତିକୁ ଆଖି ସାମ୍ନାରେ ରଖି ଗୌରବ ଏହି ସଂପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଲେ । ଦୁଇଜଣଙ୍କ ଛାଡ଼ପତ୍ର ପରେ ଗୌରବଙ୍କ ଘର ଲୋକ ତାଙ୍କୁ ପୁଣିଥରେ ବିବାହ କରାଇଦେଲେ । କିନ୍ତୁ ବିବାହ ପରେ ମଧ୍ୟ ଗୌରବ ତାଙ୍କ ପୂର୍ବ ପତ୍ନୀଙ୍କୁ ପୁଣିଥରେ ବିବାହ କରିବାକୁ ପରାମର୍ଶ ଦେଲେ । କେବଳ ସେତିକି ନୁହେଁ ସେ ନିଜେ ତାଙ୍କ ପାଇଁ ବର ମଧ୍ୟ ଖୋଜିଲେ । ୨୨ ଜାନୁୟାରୀକୁ ବସନ୍ତ ପଂଚମୀ ଦିନ ଗୌରବ ତାଙ୍କ ପୂର୍ବ ପତ୍ନୀଙ୍କର ବିବାହ କାର୍ଯ୍ୟ ସଂପୂର୍ଣ୍ଣ କଲେ । ଏହା ସହିତ କନ୍ୟାଦାନ ମଧ୍ୟ ସେ ନିଜେ କଲେ ଓ ବର ଏବଂ ବଧୁକୁ ବିଦାୟ କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More