Only for Entertainment

ଛୋଟ ପରଦାର ଦିବ୍ୟାଙ୍କା ତ୍ରିପାଠୀଙ୍କ ଡ୍ୟାନ୍ସରେ ଇଂଟରନେଟ ହେଲା ଦିୱାନା, ୮ଘଂଟାରେ ୧୮ଲକ୍ଷ ଠାରୁ ବି ଅଧିକ ଲୋକ କଲେ ପସନ୍ଦ ! ଦେଖନ୍ତୁ ଏହି ଭିଡିଓ ।

zeenews
0 100

ଟିଭି ସୋର ପ୍ରତିଷ୍ଠିତ ଅଭିନେତ୍ରୀ ଘରେ ଘରେ ପରିଚିତ ଏବଂ ତାଙ୍କୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରନ୍ତି । ଷ୍ଟାର ପ୍ଲସ ପ୍ରତିଦିନ ପ୍ରସାରିତ ହେଉଥିବା ପାରିବାରିକ ଧାରାବାହିକରେ ସେ ଇଷିତା ଭାବେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନକୁ ଖୁବ ମାତ୍ରାରେ ଜିତି ପାରିଛନ୍ତି । ଏପରିକି ତାଙ୍କର ଅଭିନୟ ଏବଂ ସୌନ୍ଦର୍ଯ୍ୟର ସମସ୍ତେ ଦିୱାନା ଅଟନ୍ତି ।

ସିରିଅଲକୁ ଛାଡି ସେ ଏବେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କର ଏକ ଭିଡିଓ । ଯାହାକୁ ଅଧିକ ମାତ୍ରାରେ ଲୋକ ପସନ୍ଦ ମଧ୍ୟ କରୁଛନ୍ତି । ଇନ୍ଷ୍ଟାଗ୍ରାମରେ ଦିବ୍ୟାଙ୍କା ଏକ ଭିଡିଓ ଅପଲୋଡ କରିଛନ୍ତି । ଯାହାକୁ ସମସ୍ତେ ବାରମ୍ବାର ଦେଖୁଛନ୍ତି ଏବଂ ଏହି କାରଣରୁ ସେହି ଭିଡିଓକୁ ୮ଘଂଟା ମଧ୍ୟରେ ୧୮ଲକ୍ଷ ଲୋକଙ୍କୁ ପସନ୍ଦ ଆସି ସାରିଲାଣି ।
ଏବେ ଆପଣ ନିଶ୍ଚୟ ଭାବୁଥିବେ ଏପରି କ’ଣ ରହିଛି ଏହି ଭିଡିଓରେ ଯାହାକୁ ସମସ୍ତେ ଏତେମାତ୍ରାରେ ପସନ୍ଦ କରୁଛନ୍ତି ।

ତେବେ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ କିଛି ଦିନ ହେବ ସୋସିଆଲ ମିଡିଆରେ ଲୋକମାନେ ପରସ୍ପର ମଧ୍ୟରେ ‘ଦାମେ ଟୁ କୋସିଟା’ ଚ୍ୟାଲେଞ୍ଜ ଦେଉଛନ୍ତି ଏବଂ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ଦିବ୍ୟାଙ୍କା ଏହି ଗୀତରେ ସୁନ୍ଦର ଡ୍ୟାନ୍ସ ପରିବେଷଣ କରି ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହି ଗୀତରେ ଏଲିଅନ ଡ୍ୟାନ୍ସ କରୁଛି ଏବଂ ସେହି ଏଲିଅନକୁ ଦିବ୍ୟାଙ୍କା କପି କରୁଛନ୍ତି । ଏହି ଭିଡିଓ ଅପଲୋଡ କରି ଦିବ୍ୟାଙ୍କା ଲେଖିଛନ୍ତି ଯେ ସେ ଲଣ୍ଡନ ଯାତ୍ରା କରିବା ପାଇଁ ଯାଉଛନ୍ତି ଏବଂ ଯେତେବେଳେ ପର୍ଯ୍ୟନ୍ତ ସେ ଡ୍ୟାନ୍ସ କରିବେ ଏହି ଏଲିଅନ ତାଙ୍କ ପିଛା ଛାଡିବ ନାହିଁ ବୋଲି ମଧ୍ୟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More