Only for Entertainment

ରୋମାଂଟିକ୍ ଚଳଚ୍ଚିତ୍ର ଦିୱାନା ହେଲି ତୋ ପାଇଁ ଫିଲ୍ମରେ ସ୍ଥାନ ପାଇବ ଅଭିଜିତଙ୍କ ଦମଦାର ଗୀତ

youtube
0 50

ପରଦାରେ ଦେଖିବାକୁ ମିଳିବ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ମ୍ୟାଜିକ୍ । ଓଲିଉଡରେ ପ୍ରସ୍ତୁତ ହେଉଛି ରୋମାଂଟିକ୍ ଚଳଚ୍ଚିତ୍ର ଦିୱାନା ହେଲି ତୋ ପାଇଁ । ଫିଲ୍ମରେ ସ୍ଥାନ ପାଇବ ଅଭିଜିତଙ୍କ ଦମଦାର ଗୀତ । ସେଥିମଧ୍ୟରୁ ଏକ ଖାସ ଗୀତ ହେଉଛି ଇଷ୍କ ଓଡିଶୀ । ଏମିତି ଏକ ଭିନ୍ନ ସ୍ୱାଦର କବାଲି ଗୀତକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର । ନିଆରା ଲିରିକ୍ସ ସହ ଆକର୍ଷଣୀୟ ମ୍ୟୁଜିକ ।

ଇଷ୍କ ଓଡିଶୀ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜିତ ଆଉ ଏହି ଗୀତକୁ ମଧ୍ୟ ଗାଇଛନ୍ତି ନିଜେ ଅଭିଜିତ ମଜୁମଦାର । ଫିଲ୍ମରେ ଗୀତକୁ ନେଇ ଏକ କବାଲି ସିକ୍ୱେନ୍ସର ମଧ୍ୟ ସ୍ଥାନ ଦିଆ ଯାଇଛି । ଆଉ ଗୀତ ଦୃଶ୍ୟାୟନରେ ବି ନଜର ଆସିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର୍ ।

ବଲିଉଡର କ୍ଲାସିକ କାହାଣୀ ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ କୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ଦିୱାନା ହେଲି ତୋ ପାଇଁ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ମୁନ୍ନା ଓ ରିୟା । ଅଭିନେତା ମୁନ୍ନାଙ୍କ ଏହା ଡେବ୍ୟୁ ସିନେମା ହୋଇଥିବାବେଳେ ଅଭିନେତ୍ରୀ ରିୟାଙ୍କ ସହ ସେ ନିଜ ପ୍ରଥମ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଏମାନଙ୍କ ବ୍ୟତୀତ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଉଷଶୀ ମିଶ୍ର ଏବଂ ପପୁ ପମ୍ ପମ୍ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ୧୩ ଏପ୍ରିଲରେ ପରଦାକୁ ଆସିବ ଚଳଚ୍ଚିତ୍ର ଦିୱାନା ହେଲି ତୋ ପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More