Only for Entertainment

ସାମ୍ନାକୁ ଆସିଲା ଦିୟା ମିର୍ଜାଙ୍କ ବୟାନ,ସାଜିଦଙ୍କୁ କହିଲେ ନଷ୍ଟ ଚରିତ୍ର ।

India TV
34

ପ୍ରସିଦ୍ଧ ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ ଉପରେ ଜଣେ ମହିଳା ଯୌନ ଉତ୍ପୀଡ଼ନର ଆରୋପ ଲଗାଇବା ପରେ ଏବେ ଅଭିନେତ୍ରୀ ଦିୟା ମିର୍ଜା ମଧ୍ୟ ସାଜିଦଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ମି ଟୁ କ୍ୟାମ୍ପେନ ପରେ ଦିୟା ମିର୍ଜା ପ୍ରଥମ ଅଭିନେତ୍ରୀ ଯିଏ ଗଣ ମାଧ୍ୟମରେ ଯୌନ ଶୋଷଣକୁ ନେଇ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଛନ୍ତି । ସାଜିଦ ଖାନଙ୍କ ଫିଲ୍ମ ହେ ବେବିରେ ଗେଷ୍ଟ ଆପିୟରାନ୍ସ ଦେଇଥିବା ଦିୟା ମିର୍ଜା ଇଣ୍ଡିଆ ଟୁଡେରେ କହିଛନ୍ତିଯେ,ସାଜିଦ ଜଣେ ନଷ୍ଟ ଚରିତ୍ର ବ୍ୟକ୍ତି ।ଏହି ମି ଟୁ ମାମଲାରେ ଆସିଥିବା ସମସ୍ତ ଘଟଣା ନିହାତି ଭାବରେ ଆଶ୍ଚର୍ଯ୍ୟକର ।ଏହା ସହିତ ସେ କହିଛନ୍ତିଯେ ମୁଁ ଏଭଳି ଲୋକଙ୍କ ସହିତ କର୍ମ କ୍ଷେତ୍ରରେ ସମୟ ନଷ୍ଟ କରେ ନାହିଁ । ସାଜିଦ ଜଣେ ଖରାପ ବ୍ୟକ୍ତି ତାହା ଜାଣେ କିନ୍ତୁ ସେ କୌଣସି ମହିଳାଙ୍କ ସହିତ ଏଭଳି ବ୍ୟବହାର କରିବେ ତାହା କେବେ ମଧ୍ୟ ଭାବି ନଥିଲି ।ଏହା ସହିତ ସେ ସିଧାସଳଖ କହିଛନ୍ତିଯେ ସାମ୍ନାକୁ ଆସୁଥିବା ନାମକୁ ନେଇ ଆଶ୍ଚର୍ଯ୍ୟ ହେବା ଭୁଲ,କାରଣ ଯାହା ଘଟୁଛି ତାହା ନିହାତି ଭାବରେ ଖରାପ ।

ତେବେ ଦିୟା କେବେ ମଧ୍ୟ ଯୌନ ଉତ୍ପୀଡ଼ନର ଶୀକାର ନ ହୋଇଥିବା କଥା କହିଛନ୍ତି,କାରଣ ସେ ସେଭଳି ଲୋକଙ୍କ ଠାରୁ ନିଜକୁ ସବୁବେଳେ ଦୂରେଇ ରଖିଛନ୍ତି ।କେବଳ ସେତିକି ନୁହେଁ ଜଣେ ମହିଳା ପତ୍ରକାର ମଧ୍ୟ ସାଜିଦଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନର ଆରୋପ ଲଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More