Only for Entertainment

ଆପଣ ମଧ୍ୟ ଘରର ଏହି ଦିଗରେ ଦୀପ ଲଗାଉଛନ୍ତି ତ?

firstcry parenting
32

ମାତ୍ର ଦୁଇ ଦିନ ପରେ ଦୀପାବଳୀ । ଏବେ ଠାରୁ ଚାଲିଲାଣି ସାଜସଜ୍ଜା । ଆଜି କିନ୍ତୁ ଆମେ ଦୀପାବଳୀ ନୁହେଁ ବରଂ ଦୀପକୁ ନେଇ ରହିଥିବା କିଛି ବାସ୍ତୁ କଥା ବିଷୟରେ ଆଲୋଚନା କରିବା ।

ଯଦି ଆପଣଙ୍କୁ ସମ୍ମାନ କମ୍‌ ମିଳୁଛି ବା ଆପଣ ନିଜକୁ ଏକା ଭାବୁଛନ୍ତି, ତା’ହେଲେ ଆପଣ ଘରେ ଦକ୍ଷିଣ ପୂର୍ବ ଦିଗରେ ଦୀପ ଜଳାନ୍ତୁ। ସନ୍ଧ୍ୟା ବେଳେ ଦୀପ ଜଳାଇଲେ ଆପଣଙ୍କ ସମ୍ମାନ ବୃଦ୍ଧି ହେବ।

କାର୍ଯ୍ୟସ୍ଥଳୀ ଯେପରିକି ଅଫିସ୍‌ ହେଉ ବା ଆପଣଙ୍କ ନିଜର ବ୍ୟବସାୟ ସ୍ଥଳୀ, ସେଠାରେ ମଧ୍ୟ ଦୀପ ଜଳାଇବା ଶୁଭ ହୋଇଥାଏ। ଆପଣ କାର୍ଯ୍ୟସ୍ଥଳୀରେ ଦକ୍ଷିଣ-ପୂର୍ବ ଦିଗରେ ଦୀପ ଜଳାନ୍ତୁ। ଏହା ଦ୍ୱାରା ଆପଣଙ୍କ ଧନ ବୃଦ୍ଧି ହେବା ସହ ସୌଭାଗ୍ୟ ମଧ୍ୟ ପ୍ରାପ୍ତି ହେବ।

ଘରେ ଯଦି ବାସ୍ତୁ ଦୋଷ ରହିଛି ତା’ହେଲେ ସପ୍ତାହରେ ଥରେ ଘରେ କର୍ପୂର ଦୀପ ଜଳାନ୍ତୁ। ଏହା କରିବା ଦ୍ୱାରା ଘରେ ବାସ୍ତୁ ଦୋଷ ଦୂର ହେବା ସହ ଘରୁ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହେବ।

ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗରେ ଦୀପ ଲଗାଇଲେ ଆୟୁ ବୃଦ୍ଧି ହୋଇଥାଏ। ଏହାକୁ ପଶ୍ଚିମ ଦିଗରେ ରଖିଲେ ଦୁଃଖ ବଢ଼ିଥାଏ। ତେଣୁ ଏପରି ଭୁଲ୍‌ କରନ୍ତୁ ନାହିଁ। ଦକ୍ଷିଣ ଦିଗରେ ରଖିଲେ ମଧ୍ୟ ଏହା ଧନ ହାନି କରିଥାଏ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More