Only for Entertainment

ପ୍ରସିଦ୍ଧ ଡିଜେ ଏବିସିଙ୍କର ୨୮ ବର୍ଷରେ ନିଧନ ।

zeenews
0 54

ସ୍ୱିଡେନର ପ୍ରସିଦ୍ଧ ଡିଜେ ଏବଂ ଇେଊକ୍ଟ୍ରୋନିକ ମ୍ୟୁଜିକ ପ୍ରଡ୍ୟୁସର ଏବିସିଙ୍କର ପରଲୋକ ହୋଇଛି । ଓମାନର ମସ୍କଟରେ ଥିବା ନିଜ ଘରୁ ତାଙ୍କୁ ମୃତ ଭାବରେ ଉଦ୍ଧାର କରାଯାଇଛି । ସେ ୨୮ ବର୍ଷର ଥିଲେ । ଏବିସିଙ୍କ ଏଜେଂଟ ଡ୍ରିୟାନା ବାରେନ ଏହି ସୂଚନା ଦେଇଛନ୍ତି ।

ଇ୍ୟାରେନଙ୍କ କହିବା ଅନୁସାରେ ସମଗ୍ର ପରିବାର ଶୋକରେ ଅଛନ୍ତି । ଏହି ସମୟରେ ଆମେ ତାଙ୍କ ସାଙ୍ଗରେ ଅଛୁ ଏବଂ ତାଙ୍କୁ ସମ୍ମାନ ଜଣାଉଛୁ । ପ୍ରକୃତରେ ଡିଜେ ଏବିସିଙ୍କର ବାସ୍ତବ ନାମ ହେଉଛି ବର୍ଗଲିଙ୍ଗ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ିତ ଥିଲେ । ବାସ୍ତବରେ ଖୁବ ମଦ ପିଇବାରୁ ସେ ଏଭଳି ସମସ୍ୟାରେ ପଡ଼ିଥିଲେ । ୨୦୧୨ରେ ତାଙ୍କୁ ୧୧ ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୦୧୧ରେ ତାଙ୍କର ହିଟ ‘ଲେବଲ୍ସ’ର ରିଲିଜରେ ଖୁବ ପ୍ରସିଦ୍ଧତା ମିଳିଥିଲା । ଏହାପରେ ‘ବେକ ମି ଅପ,ହୈ ବ୍ରଦରରେ ତାଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା ।

ଏବିସି ଜଣେ ଇଂଟରନେସନାଲ ପପ ଷ୍ଟାର ଥିଲେ । ଯିଏ ନିଜର ଇଲେକ୍ଟ୍ରୋନିକ ନାଚ ଗୀତ ପାଇଁ ପରିଚିତ ହୋଇଥିଲେ । ସେଥିପାଇଁ ସେ ଆମେରିକାର ଷ୍ଟାର ହୋଇ ଯାଇଥିଲେ । ୨୦୧୬ରେ ତାଙ୍କ ଫ୍ୟାନ୍ସ ଖୁବ ଦୁଃଖ ପାଇଥିଲେ କାରଣ ସେ ତାଙ୍କ ରିଟାୟରମେଂଟ ଘୋଷଣା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More