Only for Entertainment

ଡିଜେ ଏଭିସିଙ୍କ ମୃତ୍ୟୁର ରାଜ ଖୋଲିଲେ ପରିବାର ଲୋକ ।

youtube
0 59

ସ୍ୱିଡେନର ପ୍ରସିଦ୍ଧ ଡିଜେ ଏଭିସିଙ୍କ ମୃତ୍ୟୁକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ,କ ମିଡିଆ ରିପୋର୍ଟ ଅନୁସାରେ ଏଭିସିଙ୍କ ପରିବାର ଲୋକଙ୍କ ସନ୍ଦେହ ହେଉଛିଯେ ଏଭିସି ଆତ୍ମହତ୍ୟା କରିଛନ୍ତି । ତାଙ୍କ ପରିବାର ପକ୍ଷରୁ ଜାରି କରାଯାଇଥିବା ଓପନ ଲେଟରରେ ଲେଖାଯାଇଛିଯେ ଏଭସି ପ୍ରାୟ ସମୟରେ ଜୀବନ,ତାହାର ମହତ୍ୱ ଓ ଖୁସି ଭଳି ଭାବନା ବିଷୟରେ ଭାବି ସେଥିରେ ବୁଡ଼ି ରହୁଥିଲେ । ସେ ଏସବୁରେ ଏତେ ବୁଡ଼ି ରହୁଥିଲେଯେ ଏହା ଆଗକୁ ସେ କିଛି ମଧ୍ୟ ଭାବିପାରୁ ନଥିଲେ । ସେ ଖୁବ ଚିନ୍ତିତ ହୋଇ ଯାଇଥିଲେ । ତାଙ୍କୁ ଆତ୍ମିକ ଶାନ୍ତିର ଆବଶ୍ୟକତା ଥିଲା । ତେବେ ରିପୋର୍ଟରେ କୁହାଯାଇଛି ଯେ ସେ ଆତ୍ମହତ୍ୟା କରିଥିଲେ । ସେ କାଚ ଟୁକୁଡ଼ାରେ ହାତର ଭେନକୁ କାଟି ଦେଇଛନ୍ତି ।

ଏଭିସିଙ୍କ ମୃତ୍ୟୁ ୨୦ ଅପ୍ରେଲରେ ମସ୍କୋଟ ସ୍ଥିତ ଘରେ ହୋଇଥିଲା । ୨ ବର୍ଷ ପୂର୍ବରୁ ସେ ଲାଇଭ ସଙ୍ଗୀତରୁ ବିଦାୟ ନେଇ ଯାଇଥିଲେ । ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ ମନେ ପକାଇ ସମସ୍ତ ମୁହୂର୍ତ୍ତକୁ ମନେ ପକାଉଛନ୍ତି । ସେ ସୋସିଆଲ ମିଡିଆରେ ଏକ ଲେଟର ଲେଖିଥିଲେ,ଯେଉଁଥିରେ ଲେଖାଥିଲାଯେ ସେ ଏଭିସିଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଏହା ମଧ୍ୟ ଲେଖିଛନ୍ତିଯେ ସେ ଖୁବ ଦୁଃଖି ଅଛନ୍ତି କାରଣ ସେ ଆଉ କେବେ ମଧ୍ୟ ତାଙ୍କ ଚେହେରା ଦେଖିପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More