Only for Entertainment

ଚାକିରି ମାଗିବାକୁ ଆସିଥିଲେ ୧୨ ଜଣ ଦିବ୍ୟାଙ୍ଗ, କାଫେ ଖୋଲି ଜିଲ୍ଲାପାଳ ଯୋଗାଇଲେ ରୋଜଗାରର ପନ୍ଥା

google
55

ତାମିଲନାଡୁର ଥୋଠୁକୁଡି ଜିଲ୍ଲାପାଳ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା । ଚାକିରି ମାଗିବାକୁ ଆସିଥିବା ୧୨ଜଣ ଦିବ୍ୟାଙ୍ଗଙ୍କୁ ସେ ଯେଉଁଭଳି ଭାବରେ ରୋଜଗାର ଦେଇଥିଲେ, ତାହା ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି ।

କିଛି ଦିନ ତଳେ ୧୨ଜଣ ଦିବ୍ୟାଙ୍ଗ ନନ୍ଦୁରୀଙ୍କ ପାଖକୁ ଚାକିରି ମାଗିବାକୁ ଆସିଥିଲେ । ଚାକିିରି ଦେଇ ନ ପାରିଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କ କଥାରେ ଖୁବ୍‌ ପ୍ରଭାବିତ ହୋଇଥିଲେ ନନ୍ଦୁରୀ । ଏହା ପରେ ସେ ୧୨ଜଣଙ୍କୁ ଜିଲ୍ଲାପାଳ ଅଫିସ ପରିସରରେ କାଫେ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ ।

୧୨ଜଣ ନନ୍ଦୁରୀଙ୍କ ପ୍ରସ୍ତାବରେ ରାଜି ହେବା ପରେ ୧୨ଜଣଙ୍କୁ ୪୫ଦିନର ହୋଟେଲ ମ୍ୟାନେଜମେଣ୍ଟ ଟ୍ରେନିଙ୍ଗ ଦିଆଯାଇଥିଲା । ଯାହା ପରେ କାଫେକୁ ଆରମ୍ଭ କରାଯିବା ସହ କାଫେର ନାଁ ରଖାଯାଇଥିଲା କାଫେ ଏବୁଲ । ୧୨ଜଣଙ୍କ ମଧ୍ୟରୁ ୧୧ଜଣ ଚାଲି ପାରୁ ନଥିବା ବେଳେ ଜଣେ ଶୁଣି ପାରୁ ନଥିବା ଜଣା ପଡ଼ିଛି ।

ନନ୍ଦୁରୀଙ୍କ କହିବା ଅନୁଯାୟୀ, ମୋ ପାଖକୁ ଅନେକ ଦିବ୍ୟାଙ୍ଗଙ୍କୁ ଚାକିରି ଦେବା ଲାଗି ଚିଠି ଆସିଥାଏ । କିନ୍ତୁ ସମସ୍ତଙ୍କୁ ସରକାରୀ ଚାକିରି ଦେବା ସମ୍ଭବ ନୁହେଁ । ଏହି କାରଣରୁ ଆମେ କାଫେ ଖୋଲିବାର ବିଚାର କରିଥିଲୁ । ଏବେ କାଫେର ଦିନକର ଆୟ ୧୦,୦୦୦ଟଙ୍କା ବୋଲି ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More