Only for Entertainment

ବିବାହର ଅଳ୍ପ ଦିନ ମଧ୍ୟରେ କରନ୍ତୁ ନାହିଁ ଏହି ସବୁ କାମ

Wallpapers13
0 105

ବିବାହ ପରେ ସମ୍ପର୍କରେ ଅନେକ ପରିବର୍ତ୍ତନ ଆସିଯାଇଥାଏ । ଯେଉଁ କଥାକୁ କିଛି ସମୟ ପୂର୍ବରୁ ଆପଣଙ୍କ ପାର୍ଟନର ମଜାକ ଭାବେ ନଉଥିଲେ ହଠାତ ସେହି କଥାକୁ ଗମ୍ଭୀରତା ସହିତ ନେଇଥାନ୍ତି । ସାଧାରଣତଃ ବିବାହର ଠିକ ପରେ ସେଥିପାଇଁ ଆପଣଙ୍କୁ ଖାସ ଧ୍ୟାନ ଦେବା ଆବଶ୍ୟକ । ଏଥିପାଇଁ ଭୁଲରେ ମଧ୍ୟ ବିବାହ ପରେ ଏହି କଥା ଗୁଡିକୁ ଆପଣଙ୍କ ପାର୍ଟନରଙ୍କୁ କୁହନ୍ତୁ ନାହିଁ ।

  • ବିବାହରେ ହୋଇଥିବା ଖର୍ଚ୍ଚ : ବିବାହରେ ଖର୍ଚ୍ଚ ତ ହୋଇଥାଏ କିନ୍ତୁ ସେହି କଥାକୁ ବାରମ୍ବାର କହିବା ଅନୁଚିତ । କାରଣ ଏହାକୁ ନେଇ ବିବାଦ ସୃଷ୍ଟି ହୋଇପାରେ ।
  • ସମ୍ପକୀୟଙ୍କ ମଜାକ ବନାଇବା : ସମ୍ପକୀୟମାନଙ୍କର ମଜାକ ବନାଇବା ଅନୁଚିତ । ଝିଅ ହେଉ କିମ୍ବା ପୁଅ ଜଣେ ଅନ୍ୟ ଜଣଙ୍କ ପରିବାର ମଜାକ ଉଡାଇବା ଠିକ ନୁହେଁ କିମ୍ବା କୌଣସି ସମ୍ପକୀୟଙ୍କୁ ନେଇ ଆପତ୍ତିଜନକ ପ୍ରତିକ୍ରିୟା ଦେବା ଅନୁଚିତ ।
  • ପୂର୍ବ ପ୍ରେମୀଙ୍କ ସହିତ ତୁଳନା : ଏପରି ବିଲକୁଲ କରନ୍ତୁ ନାହିଁ । ଆପଣଙ୍କର ଏହି ତୁଳନାତ୍ମକ ସ୍ୱଭାବ ଆପଣଙ୍କ ବୈବାହିକ ଜୀବନରେ ଅନେକ ଚିନ୍ତାର କାରଣ ହୋଇପାରେ ।
  • ବନ୍ଧୁଙ୍କ ବିଷୟରେ ଖରାପ କରି କହିବା : ବିବାହର କିଛି ଘଟଣାକୁ ନେଇ ବାରମ୍ବାର ଜଣେ ଅନ୍ୟ ଜଣଙ୍କର ବନ୍ଧୁଙ୍କୁ ଖରାପ କରି କହିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।
  • ଗର୍ବ ଦେଖାଇବା : ଅନେକ ଥର ଝିଅମାନେ କହିଥାନ୍ତି କି ଏହା ତୁମ କାମ ତୁମେ କର । ଏହା ଠିକ ଯେ ଯାହାର କାମ ସେ କରିବା ଦରକାର କିନ୍ତୁ ଏହା ମାନି ଚଳିବା ଦରକାର ଯେ ଏବେ ଆପଣ ପତି-ପତ୍ନୀ । ପୁରା ଜୀବନ ଆପଣଙ୍କୁ ଏକାଠି ବିତାଇବାର ଅଛି । ଦୁହେଁ ଦୁହିଁଙ୍କର ସାହାଯ୍ୟ ବ୍ୟତୀତ ଜୀବନ ଅତିବାହିତ କରିବା କଠିନ ।

ବିବାହ ଦୁଇ ଜଣଙ୍କର ମଧୁର ମିଳନ ଅଟେ । ଯଦି ଆପଣ ଏହି ଛୋଟ ଛୋଟ ବିଷୟ ପ୍ରତି ଧ୍ୟାନ ରଖିବେ ତେବେ ଆପଣଙ୍କ ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More