Only for Entertainment

ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଉଛନ୍ତି କି? ଭୋଗି ପାରନ୍ତି ଏହି ସବୁ ସମସ୍ୟା

upi
0 89

ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଅନ୍ତି । ଆପଣଙ୍କର ଏହି ଅଭ୍ୟାସ ଅଛି କି? ତା’ହେଲେ ତୁରନ୍ତ ଛାଡ଼ି ଦିଅନ୍ତୁ। କାରଣ ଏହା ଶରୀର ପାଇଁ ହାନିକାରକ। ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ହୃଦ୍ରୋଗୀ ବନାଇ ଦେଇପାରେ। ଆମ ଶରୀର ତାପାମାତ୍ର ୩୭ ଡିଗ୍ରୀ ସେଲ୍ସିୟସ। ସେଥିପାଇଁ ଆମ ଶରୀରରେ ୨୦-୨୨ ଡିଗ୍ରୀ ସେଲ୍ସିୟସ ତାପମାତ୍ରାର ପାଣି ହିଁ ଉପଯୁକ୍ତ। ତା’ହେଲେ ଆସନ୍ତୁ ଜାଣିବା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା କ’ଣ ସବୁ ସମସ୍ୟା ଦେଖାଯାଏ।

କୋଷ୍ଠକାଠିନ୍ୟ

ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ଶରୀରରେ ପ୍ରସ୍ତୁତ ହେଉଥିବା ପାଚକ ରସର ତାପମାତ୍ରା କମି ଯାଏ। ଏଥିଯୋଗୁଁ ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ। କେବଳ ଏତିକି ନୁହେଁ, ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ବୃହତ ଯନ୍ତ୍ର ସଙ୍କୁଚିତ ହୋଇଯାଏ। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ।

ହୃଦଘାତ

ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ହୃତ୍ପିଣ୍ଡରେ ସମସ୍ୟା ଦେଖାଯାଏ। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଖାଇବା ପରେ ତୁରନ୍ତ ପାଣି ପିଇଲେ ହୃଦ୍ଘାତ ବିପଦ ଆଶଙ୍କା ବଢ଼ିଯାଏ।

ରୋଗ ପ୍ରତିରୋଧକ କ୍ଷମତା କମି ଯାଏ

ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି କମିଯାଏ। ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତି ଉପରେ ପଡ଼େ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦିଏ।

ମୋଟା ହୋଇଯିବେ

ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ପାଚନ କ୍ରିୟା ଧୀମା ହୋଇଯାଏ। ପାଣି ଖାଦ୍ୟ ସହିତ ମିଶି ପେଟରେ ଥିବା ଏସିଡ୍ ସଂସ୍ପର୍ଶରେ ଆସିଥାଏ। ଫଳରେ ମୋଟାପଣ ଭଳି ସମସ୍ୟା ଦେଖାଯାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More