Only for Entertainment

ଜାଣନ୍ତୁ କେଉଁ ସମୟରେ ପାଣି ପିଇବା ଅନୁଚିତ୍ !

samacharjagat
0 45

ପାଣି ପିଇବାର କୌଣସି ନିର୍ଦ୍ଧିଷ୍ଟ ସମୟ ନାହିଁ । ଆମେ କୌଣସି ସମୟରେ ପାଣି ପିିଇ ପାରିବା । ମାତ୍ର ଉଚିତ ସମୟରେ ପାଣି ପିଇଲେ ତାହା ଦେହ ପାଇଁ ଅଧିକ ଫଳପ୍ରଦ ହୋଇଥାଏ। ଆପଣଙ୍କୁ ଜଣାଥିବ ନିଶ୍ଚୟ ରାତ୍ର ସମୟରେ ଅତ୍ୟଧିକ ପାଣି ପିଇବା ଲାଗି ଡାକ୍ତର ବାରଣ କରିଥାଆନ୍ତି । ତେବେ ରାତି ସମୟକୁ ଛାଡି ଦେଲା ପରେ ଆଉ କେଉଁ ସମୟରେ ପାଣି ପିଇବା ଉଚିତ ନୁହେଁ , ଆସନ୍ତୁ ଏଠାରେ ଜାଣିବା ।

exercise-drinking-water-stock-super-teaseଆପଣ ଯଦି କୌଣସି କଠିନ ପରିଶ୍ରମ, ଦୌଡ଼-ଧାଆଁ କିମ୍ବା ବ୍ୟାୟାମ କରି ଫେରିଛନ୍ତି। ସେ ସମୟରେ ଯଦି ଆପଣଙ୍କ ଦେହରୁ ଝାଳ ବୋହୁଛି ତେବେ ଯେତେ ଶୋଷ ଲାଗିଲେ ବି କିଛି ସମୟ ଅପେକ୍ଷା କରନ୍ତୁ। ପାଣି ପିଅନ୍ତୁ ନାହିଁ।

କିଛି ସମୟ ପୂର୍ବରୁ ଯଦି ଚା’ କିମ୍ବା କଫି ପିଇଛନ୍ତି ତାହାଲେ ବି ସଙ୍ଗେ ସଙ୍ଗେ ପାଣି ପିଇଲେ ଦେହ ପକ୍ଷେ ଅସୁସ୍ଥକର ହୋଇଥାଏ। ଅତି କମ୍ରେ ଚା’ କିମ୍ବା କଫି ପିଇବାର ଗୋଟାଏ ଘଣ୍ଟା ପରେ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ।

କୌଣସି ଥଣ୍ଡା ଜିନିଷ ଯଥା ଆଇସ୍କ୍ରିମ୍, ମିଠା ଦହି ଖାଇବା ପରେ ବି ପାଣି ପିଇବା ପାଇଁ ବାରଣ ରହିଛି। ଖିରି ଖାଇବା ପରେ ବି ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ।

ଖାଇବାର ଅଧା ଘଂଟା ପୂର୍ବରୁ ପାଣି ପିଅନ୍ତୁ । ଖାଇସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଆଦୌ ଉଚିତ୍ ନୁହେଁ। ଯାହା ବି ଖାଆନ୍ତୁ ସର୍ବନିମ୍ନ ଖାଇବାର ଅଧଘଣ୍ଟା ପରେ ପୂନର୍ବାର ପାଣି ପିଅନ୍ତୁ।

ତୈଳଯୁକ୍ତ ଖାଦ୍ୟ ଯେପରିକି ତେଲ ଭାଜି, ମସଲାଯୁକ୍ତ ଦ୍ରବ୍ୟ ଆଦି ଖାଇ ପାଣି ପିଇଲେ ଦେହ ପାଇଁ ଖରାପ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More