Only for Entertainment

ପାରା ମାନଙ୍କୁ ଦାନା ଦେଉଥିଲେ ହୋଇଯାଆନ୍ତୁ ସାବଧାନ ।

dnainfo.com
20

ଶାନ୍ତିର ପ୍ରତୀକ ଏବଂ ପୂର୍ବ କାଳରେ ଚିଠି ନେବା ଦେବା କରୁଥିବା ପାରା ଖୁବ ନିରୀହ । ତେଣୁ ଲୋକମାନେ ସେମାନଙ୍କୁ ଘର ଛାତ ଉପରେ ଦାନା ଦିଅନ୍ତି । ତେବେ କ’ଣ ଆପଣ ଜାଣନ୍ତକି ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ । ଏହି ବିଷୟରେ ଜ୍ୟୋତିଷ ବିଦ୍ୱାନ ମାନଙ୍କ କହିବା କଥା ହେଉଛିଯେ ଏମିତି ତ ନବଗ୍ରହ ମଧ୍ୟରେ ଶନିଙ୍କୁ ସବୁଠାରୁ କ୍ରୁର କୁହାଯାଏ ଏବଂ ସେ କର୍ମ ଅନୁସାରେ ଫଳ ଦିଅନ୍ତି । ଏହାପରେ ଆସେ ରାହୁ । ଏହା ବ୍ୟକ୍ତିର ବୁଦ୍ଧିକୁ ନିଜ ଅଧୀନକୁ ନେଇଆସେ । ଏହା ଦ୍ୱାରା ବ୍ୟକ୍ତି ବୁଝାସୁଛା ବ୍ୟକ୍ତି ଶେଷ ହୋଇଯାଏ । ରାହୁର ଖରାପ ଦଶା ବ୍ୟକ୍ତି ଜୀବନରେ ପତନ ଘଟାଇଥାଏ ।

ଯେତେବେଳେ ଆପଣ ପାରାଙ୍କୁ ଦାନା ଦିଅନ୍ତି ବୁଧ ବଳବାନ ହୋଇଯାଆନ୍ତି । ଘର ଛାତରେ ରାହୁ ପ୍ରତିନିଧିତ୍ୱ କରନ୍ତି । ପାରାଙ୍କ ପାଇଁ ଛାତ ଉପରେ ଦାନା ପକାଇବା ଦ୍ୱାରା ବୁଧ ଏବଂ ରାହୁଙ୍କର ମିଳନ ହୁଏ । କୁଣ୍ଡଳୀରେ ବୁଧ ଏବଂ ରାହୁ ଯଦି ଗୋଟିଏ ଘରେ ରୁହନ୍ତି ତେବେ ପାରାଙ୍କୁ ଦାନା ପକାନ୍ତୁ ନାହିଁ । ପାରା ଛାତ ଉପର ଅପରିଷ୍କାର କରନ୍ତି ଅର୍ଥାତ ରାହୁଙ୍କୁ ଅପରିଷ୍କାର କରନ୍ତି ।ଯାହା ଦ୍ୱାରା ସେ କ୍ରୋଧିତ ହୋଇଯାଆନ୍ତି ଏବଂ ଖରାପ ପରିଣାମ ଦିଅନ୍ତି । ଯଦି ପାରାଙ୍କୁ ଖାଦ୍ୟ ଦେବାକୁ ଅନ୍ୟସ୍ଥାନ ନଥାଏ ତେବେ ପାରା ଖାଇ ସାରି ଯିବାପ ରେ ଛାତ ଭଲ ଭାବରେ ଛାଡ଼ୁ କରନ୍ତୁ । ଯାହା ଦ୍ୱାରା ରାହୁ ଶୁଦ୍ଧ ରହିବ ଏବଂ ଖରାପ ପରିସ୍ଥିତି ସୃଷ୍ଟି ହେବ ନାହିଁ ।

ବୈଜ୍ଞାନିକ କାରଣ ଅନୁସାରେ ପାରାଙ୍କ ସଂପର୍କରେ ଆସିଲେ ଏଲର୍ଜି ହୋଇଥାଏ । ଏହା ଦ୍ୱାରା ଶ୍ୱାସ ଆଦି ରୋଗ ହେବାର ସମ୍ଭାବନା ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More