Only for Entertainment

ଘରର ଏହି ସ୍ଥାନରେ ଡଷ୍ଟବିନ ରଖିବା ଦ୍ୱାରା ସମସ୍ୟା ବଢିଥାଏ ।

Ikea
34

ପ୍ରତିଦିନ ଆମେ ବାସ୍ତୁ ସହିତ ଜଡ଼ିତ ବିଭିନ୍ନ କଥା କହିଥାଉ । ଆଜି ମଧ୍ୟ ଠିକ ସେହିଭଳି ଏକ କଥା କହିବୁ । ଯାହା ଆପଣଙ୍କ ଦୈନନ୍ଦିନ ଜୀବନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ।ଆସନ୍ତୁ ଆଲୋଚନା କରିବା ସେହିଭଳି ଏକ ଅଜଣା ବାସ୍ତୁ କଥା ବିଷୟରେ ଯାହା ଆପଣ କେବେ ମଧ୍ୟ ଜାଣିନଥିବେ ।

ପ୍ରଥମେ ଆଲୋଚନା କରିବା ଡଷ୍ଟବିନର ଅର୍ଥ ବିଷୟରେ । ଡଷ୍ଟ ମାନେ ଧୂଳି ଏବଂ ବିନ ଅର୍ଥ ସଂଗ୍ରହ କରିବା । ଅର୍ଥାତ ଡଷ୍ଟବିନ ଆମ ଘରର ସମସ୍ତ ନେଗେଟିଭିଟିକୁ ନିଜ ମଧ୍ୟରେ ରଖିଥାଏ ।ତେଣୁ ବାସ୍ତୁ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହାକୁ ରଖିବା ପୂର୍ବରୁ କିଛି କଥା ଜାଣି ରଖିବା ଉଚିତ । କିଛି ଲୋକଙ୍କ ଅଭ୍ୟାସ ଥାଏଯେ ଘରର କୌଣସି ସ୍ଥାନରେ ମଧ୍ୟ ଡଷ୍ଟବିନ ରଖିବା,କିନ୍ତୁ ବାସ୍ତୁ ଅନୁସାରେ ତାହା ଠିକ ନୁହେଁ ।

ବାସ୍ତୁ ଅନୁସାରେ ଯେଉଁ ଘରର ରୋଷେଇ ଘର ଦକ୍ଷିଣ ପୂର୍ବରେ ରହିଥାଏ ସେଠାରେ ଡଷ୍ଟବିନ ରଖିବା ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପୁରୁଷଙ୍କ ସେକ୍ସୁଆଲ ହେଲଥ ଉପରେ ଖରାପ ପ୍ରଭାବ ପଡ଼ିଥାଏ । କୁହାଯାଏ ଘରର ଡଷ୍ଟବିନରୁ ଗନ୍ଧ ବାହାରିଲେ ପତି ପତ୍ନୀ ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହୋଇଥାଏ ।ତେଣୁ ଯଦି ଆପଣ ସେଠାରେ ଡଷ୍ଟିବନ ରଖୁଛନ୍ତି ତେବେ ଏଭଳି ବ୍ୟବସ୍ଥା କରନ୍ତୁ ଯେପରି ସେଥିରୁ ଗନ୍ଧ ବାହାରକୁ ନ ଆସେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More