Only for Entertainment

ଶାଶୁଘର ଏବଂ ବାପଘର ମଧ୍ୟରେ ହୋଇଥିବା ମନମାଳୀନ୍ୟକୁ କିପରି ଦୂର କରିବେ ।

yourstory.com
0 57

ଝିଅଟିଏ ବିବାହ କରିବା ପରେ ତାକୁ ଖୁବ ଦାୟୀତ୍ୱ ନେବାକୁ ପଡ଼ିଥାଏ । କେବଳ ଶାଶୁଘର ପ୍ରତି ଯତ୍ନବାନ ହେବାକୁ ପଡ଼ି ନଥାଏ ବରଂ ବାପ ଘର ପ୍ରତି ମଧ୍ୟ । ଦୁଇ ଦୁଇଟି କର୍ତ୍ତବ୍ୟକୁ ମୁଣ୍ଡରେ ମୁଣ୍ଡାଇ ସେ ସମସ୍ତ କାମକୁ ଆନନ୍ଦର ସହିତ କରି ଚାଲିଥାଏ । କେବେ କେବେ ସଂପର୍କରେ ଏଭଳି କିଛି ତିକ୍ତତା ଆସିଯାଏ ଯେଉଁଥିପାଇଁ ବାପଘର ଏବଂ ଶାଶୁଘର ମଧ୍ୟରେ ମନମାଳିନ୍ୟ ହୋଇଯାଏ । ଆଉ କେବେ କେବେ ଏହାକୁ ସମାଧାନ କରିବା ପାଇଁ ବହୁ ସମୟ ଲାଗିଯାଏ । ତେବେ ସେ ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ମଧ୍ୟ କିଛି ଛୋଟ ଛୋଟ ରାସ୍ତା ରହିଛି । ଯାହାକୁ ଧ୍ୟାନ ଦେବା ଉଚିତ ଏବଂ ସେ ସବୁ ନିୟମକୁ ପାଳନ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ମଧ୍ୟ ରହିଛି । ଯାହାକୁ ଆପଣାଇବା ଦ୍ୱାରା ସମସ୍ତ ସମସ୍ୟା ଖୁବ ସହଜରେ ସମାଧାନ ହୋଇପାରିବ ।

ଯେତେବେଳେ କୌଣସି ସମସ୍ୟା ହେଉଛି ଏବଂ ଆପଣ ତାହାର ସମାଧାନ କରିପାରୁ ନାହାଁନ୍ତି,ସେହି ସମୟରେ ଆପଣ ଦୁଇ ପରିବାରକୁ ଏକାଠି ବସାନ୍ତୁ ଏବଂ ତାହା ବିଷୟରେ ଆଲୋଚନା କରନ୍ତୁ । ଏଭଳି କରିବା ଦ୍ୱାରା ସମସ୍ତେ ନିଜ ନିଜର ମତ ରଖିବେ ଏବଂ ସମସ୍ୟା ଖୁବ ସହଜରେ ସମାଧାନ ହୋଇପାରିବ ଏବଂ ଆପଣ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିବେ ।

କେବେ କେବେ ସମସ୍ୟା ଏତେ ମାତ୍ରାରେ ବଢିଯାଏ ଏବଂ ତାହାକୁ ସମାଧାନ ମଧ୍ୟ କରିହୁଏ ନାହିଁ । ସେଥିପାଇଁ ଉପଯୁକ୍ତ ସମୟକୁ ଅପେକ୍ଷାକୁ କରିବା ଉଚିତ ଏବଂ ମୌକା ଦେଖି କହିବା ଉଚିତ । ଏଭଳି କରିବା ଦ୍ୱାରା ଭଲପାଇବା ବଢିଥାଏ ।
ଏହା ବ୍ୟତୀତ ମନମାଳିନ୍ୟକୁ ଦୂରେଇବା ପାଇଁ ଆପଣଙ୍କୁ କୌଣସି ଫଙ୍କସନକୁ ଅପେକ୍ଷା କରିବାକୁ ପଡ଼ିବ । ଯାହା ଦ୍ୱାରା ସମସ୍ତେ ଏକା ସାଙ୍ଗରେ ବସି ଖାଇବା ଠାରୁ ଆରମ୍ଭ କରି କଥା ବାର୍ତ୍ତା ମଧ୍ୟ ହୋଇପାରିବେ । ସେହି ସମୟରେ ଆପଣ କଥାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More