Only for Entertainment

ବୃହସ୍ପତି ଦୋଷ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ, ଜୀବନରେ ରହିବ ନାହିଁ ଅଶାନ୍ତି

google
171

ବୃହସ୍ପତି ଶୁଭ ସ୍ଥାନରେ ରହିଥିଲେ ଘରର ଶାନ୍ତି ବଜାୟ ରହିବା ସହିତ ପତି-ପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ। କୁଣ୍ଡଳୀରେ ବୃହସ୍ପତିଙ୍କ ସମ୍ବନ୍ଧିତ କୌଣସି ଦୋଷ ରହିଥିଲେ ଦାମ୍ପତ୍ୟ ଜୀବନରେ ବହୁ ସମସ୍ୟା ଦେଖା ଦେଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ରହିଛି। ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ଗୁରୁବାର ପୂଜା ପରେ କେଶର କିମ୍ବା ହଳଦିର ତିଳକ ଲଗାଇଲେ ଘରେ ଶାନ୍ତି ବଜାୟ ରହିଥାଏ। ଏହି ଦିନ ସୁନା, ହଳଦି, ଚଣାଡାଲି, ପାଚିଲା ଆମ୍ବ ଇତ୍ୟାଦି ହଳଦିଆ ବସ୍ତୁ ଦାନ କଲେ ସୁଫଳ ମିଳିଥାଏ। ପ୍ରତି ଗୁରୁବାର ଭଗବାନ ଶିବଙ୍କୁ ବେସନ ଲଡୁରେ ଭୋଗ ଲଗାଇଲେ ଜୀବନରୁ ସମସ୍ୟା ଦୂର ହୋଇ ଶାନ୍ତି ମିଳିଥାଏ। ଗୁରୁବାର ହଳଦିଆ କପଡା ପରିଧାନ କଲେ ଓ ବିନା ଲୁଣରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କଲେ ସୁଫଳ ମିଳେ। ଏଥିସହିତ ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କଲେ ବାଧା ବିଘ୍ନ ଦୂର ହୋଇଥାଏ।

ଗୁରୁବାର ସନ୍ଧ୍ୟା ସମୟରେ କଳଦୀ ଗଛ ମୂଳରେ ଦୀପ ଜଳାଇ ଗରିବ ପିଲାମାନଙ୍କୁ କଦଳୀ ଖାଇବାକୁ ଦେଲେ ଦାମ୍ପତ୍ୟ ଜୀବନରେ ଆସିଥିବା ଅନେକ ସମସ୍ୟା ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More