Only for Entertainment

ସୁନା ନୁହେଁ ବରଂ ବିବାହ ପାଇଁ ଚାନ୍ଦିର ଗହଣା କିଣୁଛନ୍ତି ଦୀପ-ବୀର, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

Koimoi
0 78

ବଲିଉଡର ଲଭ ବର୍ଡସ ଦୀପିକା ଏବଂ ରଣବୀର ଶେଷରେ ବିବାହ କରିବାକୁ ଯାଉଛନ୍ତି । ଚଳିତ     ବର୍ଷ ଶେଷରେ ବିବାହ କରିବେ ଏହି ଯୋଡି । ଆମକୁ ଜଣା ଅଛି ଯେ ଏବେ କିଛି ଦିନ ହେବ ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି , ତେଣୁ ହୁଏତ ଆପଣଙ୍କୁ ଆମ ଖବର ଉପରେ ବିଶ୍ୱାସ ହୋଇ ନପାରେ । ମାତ୍ର ଏହା ସତ ଅଟେ । ବିଶେଷ ସୂତ୍ରରୁ ପ୍ରକାଶ ଯେ ତାଜା ଖବର ମୂତାବକ ଦୁହେଁ ୨୦ନଭେମ୍ବରରେ ୨୦୧୮ରେ ବିବାହ କରିବେ, ଯାହା ପାଇଁ ସେ ଲେକ କେମିଆ, ଇଟାଲୀକୁ ବାଛିଛନ୍ତି ।

ଏବେ ଏବେ ଖବର ଶୁଣିବାକୁ ମିଳିଛି ଯେ ଦୁହିଁଙ୍କ ପରିବାର ବିବାହ ପାଇଁ ସପିଂ କରିବା ଆରମ୍ଭ କରିଦେଲେଣି । ଦୁଇ ପରିବାର ଚାହୁଁଛନ୍ତି ଗହଣା କିଣିବା ପରେ ଅନ୍ୟ ସମସ୍ତ କାର୍ଯ୍ୟ ଆରମ୍ଭ କରାଯିବ ।

ଖବର ମୁତାବକ ଦୀପ-ବୀର ପାରମ୍ପାରିକ ଗହଣା ବ୍ୟତୀତ ରୁପା ଗହଣା କିଣିଛନ୍ତି । ଏହାଦ୍ୱାରା ଜଣା ପଡୁଛି ଯେ ଏହି ଗହଣା କିଣିବା ପଛରେ ରହିଛି ବୋଧ ହୁଏ ଆଉଟଫିଟ କିଛି ଖାସ । ପରିବାର ଲୋକ ଚାହାନ୍ତି ଦୁହିଁଙ୍କ ବିବାହ ଖୁବ ଧୁମାଧାମରେ ହେଉ ମାତ୍ର କେବଳ ଏହି ବିବାହରେ ସମ୍ପର୍କୀୟ ଯୋଗ ଦିଅନ୍ତୁ । ଶୁଣିବାକୁ ମିଳିଛି ଯେ ବିବାହ କେବଳ ୩୦ଲୋକଙ୍କ ମଧ୍ୟରେ ସୀମିତ ରହିବ । ବିବାହ ପରେ ଭାରତରେ ଦେବେ ରିସେପସନ ଏବଂ ଗୋଟେ ରିସେପ୍ସନ ମୁମ୍ବାଇରେ ହେବ । ଅନ୍ୟଟି ଦୀପିକାଙ୍କ ହୋମଟାଉନ ବାଙ୍ଗାଲୁରୁରେ ହେବ ।
ଯେତେବେଳେ ଦୁହେଁ ଇଟାଲୀରେ ବିବାହ କରିବେ ଦୀପ-ବୀରଙ୍କ ଅନୁମତି ବିନା ସୋସିଆଲ ମିଡିଆରେ ଫଟୋ ନ ଆସୁ ବୋଲି ଦୁହେଁ ଚାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More