Only for Entertainment

ଲାଂଚ ନପାଇବାରୁ ଫିଟନେସ ସାର୍ଟିଫିକେଟ ଚିରି ଫିଙ୍ଗିଦେଲେ ଡାକ୍ତର !

facebook
0 40

ଓଡିଶା, ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଲାଂଚ ନଦେବାରୁ ଏକ ଛାତ୍ରଙ୍କ ଫିଟନେସ ସାର୍ଟିଫିକେଟ ଚିରି ଫୋପାଡିଦେଲେ ଡାକ୍ତର । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଡାକ୍ତର ଜଣଙ୍କର ବଦଳିକରି ଦିଆଯାଇଛି ।

source: facebook

ସୂଚନା ମୁତାବକ, ଗୁରୁବାର ସଇନ୍ତଲା ବ୍ଲକ ରେଙ୍ଗାଲି ଗାଁର ୩ଜଣ ଛାତ୍ର ଟିଟିଲାଗଡ ଡାକ୍ତରଖାନାକୁ ସେମାନଙ୍କ ଫିଟନେସ ସାର୍ଟିଫିକେଟ ପାଇଁ ଆସିଥିଲେ । ଏଥିପାଇଁ ଡ୍ୟୁଟିରେ ଥିବା ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଜଣକ ପିଛା ୫୦୦ଟଙ୍କା ହିସାବରେ ୧୫୦୦ଟଙ୍କା ଲାଂଚ ମାଗିଥିଲେ । ସଂପୃ୍କ୍ତ ଛାତ୍ର ଟଙ୍କା ନଦେବାରୁ ଡାକ୍ତର ଜଣକ ସାର୍ଟିଫିକେଟ ଚିରି ଡଷ୍ଟବିନରେ ଫୋପାଡି ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More