Only for Entertainment

ଜୋନସ ବ୍ରଦର୍ସଙ୍କ ଉପରେ ନିର୍ମାଣ ହେଉଛି ଡକ୍ୟୁମେଣ୍ଟାରି ଫିଲ୍ମ

latestly
16

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିଦେଶୀ ସ୍ୱାମୀ ନିକ୍‌ ଜୋନ୍‌ସଙ୍କୁ କେବଳ ବିଦେଶରେ ନୁହେଁ, ଆମ ଦେଶରେ ବି ଲୋକେ ଭଲ ଭାବେ ଜାଣନ୍ତି। ଆମେରିକୀୟ କଣ୍ଠଶିଳ୍ପି ନିକ୍‌ ପ୍ରିୟଙ୍କାଙ୍କୁ ବିବାହ କରିବା ପୂର୍ବରୁ ହିଁ ଭାରତୀୟଙ୍କ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ତାଙ୍କ ସଂପର୍କିତ ଯେଉଁ ଖବର ହସ୍ତଗତ ହୋଇଛି ତାହା ଉଭୟ ନିକ୍‌ ଓ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କୁ ଖୁସି କରାଇ ଦେବ।

ଜାଣିବାକୁ ମିଳିଛି ଯେ ନିକ୍‌ଙ୍କ ଜୀବନୀକୁ ନେଇ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ଏହାର କାମ ଆରମ୍ଭ ହୋଇଗଲାଣି। ଡକ୍ୟୁମେଣ୍ଟ୍ରି ଚଳଚ୍ଚିତ୍ରଟି ନିକ୍‌ ଜୋନ୍‌ସ ଓ ତାଙ୍କ ଭାଇ କେବିନ୍‌ ଜୋନ୍‌ସଙ୍କ ଉପରେ ଆଧାରିତ ହେବ। ଏଥିରେ ଜୋନସ୍‌ ବ୍ରଦର୍ସ କିପରି ଭାବେ ସଂଗୀତ ସହ ନିଜକୁ ଯୋଡ଼ି ପାରିଛନ୍ତି ତାହା ଦର୍ଶାଯିବ। ଏଥିରେ ସିଙ୍ଗ୍‌ଲ୍‌ ସକର ସଂପର୍କରେ ବି ଦର୍ଶାଯିବ। ଆମାଜୋନ ପ୍ରାଇମ ଭିଡିଓରେ ଏହି ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ ହେବ ।

କହିରଖୁଛୁ ଯେ, ଦୀର୍ଘ ୬ ବର୍ଷ ପରେ ଜୋନଓ ବ୍ରଦର୍ସ ସକର ମିୁ୍ୟଜିକ ଆଲବମ ନିକଟରେ ରିଲିଜ କରିଛନ୍ତି । ଏହି ମ୍ୟୁଜିକ ଭିଡିଓରେ ଜୋନସ ବ୍ରଦର୍ସ ନିଜ ନିଜ ରିଅଲ ଲାଇଫ ପାର୍ଟନରଙ୍କ ସହିତ ନଜର ଆସିଛନ୍ତି । ଏହି ମ୍ୟୁଜିକ ଭିଡିଓରେ ପତି ନିକଙ୍କ ସହିତ ଦେଶୀଗର୍ଲ ପ୍ରିୟଙ୍କା ଠୁମକା ଲ ଗାଉଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More