Only for Entertainment

ଏଠାରେ ବିଲେଇ ଏବଂ କୁକୁର ମଧ୍ୟ କରିଥାନ୍ତି ରକ୍ତଦାନ, ବିଭିନ୍ନ ସ୍ଥାନରେ କରାଯାଇଛି ପଶୁ ବ୍ଲଡ ବ୍ୟାଙ୍କ

YouTube
16

ମନୁଷ୍ୟ ପାଇଁ ବ୍ଲଡ ବ୍ୟାଙ୍କ ହେବା ତ ସାଧାରଣ କଥା ମାତ୍ର ପଶୁମାନଙ୍କ ପାଇଁ ବ୍ଲଡ ବ୍ୟାଙ୍କ ବିଷୟରେ ଶୁଣିଛନ୍ତି କି ? ଆଜ୍ଞା ହଁ, ଦୁନିଆରେ ଏପରି ଏକ ଦେଶ ରହିଛି ଯେଉଁଛି ‘ପେଟସ ବ୍ଲଡ ବ୍ୟାଙ୍କ’ ନିର୍ମାଣ କରିଥିଲେ । ଏହି ବ୍ଲଡ ବ୍ୟାଙ୍କମାନଙ୍କରେ ଅଧିକାଂଶ କୁକୁର ଏବଂ ବିଲେଇ ର ରକ୍ତ ମିଳିଥାଏ । କାରଣ ଏହି ଦୁଇଟି ପଶୁଙ୍କୁ ଅଧିକାଂଶ ଲୋକେ ପାଳିଥାନ୍ତି । କୁକୁର ବିଲେଇମାନଙ୍କୁ ରକ୍ତର ଆବଶ୍ୟକତା ପଡିଲେ ଏହି ବ୍ଲଡ ବ୍ୟାଙ୍କରୁ ରକ୍ତ ଯାଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୁକୁର ଏବଂ ବିଲେଇ ମାନଙ୍କ ଠାରେ ମଣିଷଙ୍କ ପରି ଅଲଗା ଅଲଗା ବ୍ଲଡ ଗ୍ରୁପ ଥାଏ । କୁକୁର ମାନଙ୍କ ଠାରେ ୧୨ ପ୍ରକାରର ବ୍ଲଡ ଗ୍ରୁପ ଥାଏ । ସେହିପରି ବିଲେଇ ମାନଙ୍କ ଠାରେ ୩ ପ୍ରକାରର ।

ଉତ୍ତର ଆମେରିକା ସ୍ଥିତ ‘ପଶୁ ଚିକିତ୍ସା ବ୍ଲଡ ବ୍ୟାଙ୍କ’ର ଡାକ୍ତର ମିଲ୍ସଙ୍କ କହିବା ଅନୁସାରେ, କାଲିଫର୍ଣ୍ଣିଆ ର ଡିକ୍ସନ ଏବଂ ଗାର୍ଡନ ଗ୍ରୋବ ସହର ବ୍ୟତିତ ମିଶିଗନର ସ୍ଟକବ୍ରିଜ, ବର୍ଜିନିଆ, ବ୍ରିଷ୍ଟୋ ଏବଂ ମ୍ୟାରିଲ୍ୟାଣ୍ଡ ସହିତ ଉତ୍ତର ଆମେରିକାର ଅନେକ ସହରରେ ପଶୁ ବ୍ଲଡ ବ୍ୟାଙ୍କ ରହିଛି । ଲୋକେ ଏଠାକୁ ନିଜ ନିଜର ପାଳିତ ପଶୁମାନଙ୍କୁ ଆଣି ରକ୍ତ ଦାନ କରାଇଥାନ୍ତି ।

ଡାକ୍ତର ମିଲ୍ସଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ପଶୁମାନଙ୍କ ରକ୍ତଦାନ ପାଇଁ ପାଖାପାଖି ଅଧଘଣ୍ଟା ସମୟ ଲାଗିଥାଏ । ସବୁଠାରୁ ଖାସ କଥା ଦେଉଛି କି ସେମାନଙ୍କୁ ଆନାସ୍ଥେସିଆ ଦେବାକୁ ପଡେ ନାହିଁ । ଯେଉଁ ସହରରେ ବ୍ଲଡ ବ୍ୟାଙ୍କ ନାହିଁ ସେଠାରେ ଲୋକଙ୍କୁ ଜାଗୃତ କରାଯାଉଛି । ଆଗକୁ ପଶୁ ବ୍ଲଡ ବ୍ୟାଙ୍କ ସଂଖ୍ୟା ବଢିପାରେ ବୋଲି ଡାକ୍ତର ମିଲ୍ସ ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More