Only for Entertainment

ଭାରତର ଏପରି ଏକ ମନ୍ଦିର ଯେଉଁଠି ପୂଜା ପାଇଥାନ୍ତି ମୁସଲିମ ମହିଳା !

Oneindia Hindi
0 51

ଦୁନିଆରେ ଏପରି ଅନେକ ମନ୍ଦିର ଯାହା ପଛରେ କିଛି ନା କିଛି ରୋଚକ କାହାଣୀ ଶୁଣିବାକୁ ମିଳେ । ଆଜି ଆମେ ଆପଣଙ୍କୁ ଭରତର ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଜଣେ ମୁସଲିମ ମହିଳାଙ୍କ ପୂଜା କରାଯାଏ । ଏହା ଭାରତର ପ୍ରଥମ ମନ୍ଦିର ଯେଉଁଠି ଏହି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳେ । କିନ୍ତୁ ଏହା ପଛରେ ମଧ୍ୟ ଏକ କାହଣୀ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ମନ୍ଦିର ପଛର କାହାଣୀ ।

ଏହି ମନ୍ଦିର ଗୁଜୁରାଟର ଅହମ୍ମଦାବାଦ ଟାରୁ ୪୦ କିମି ଦୂରରେ ଅବସ୍ଥିତ ମେହସାଣୀ ଜିଲ୍ଲାର ଝୁଲାସନ ଗ୍ରାମରେ ରହିଛି । ଏହି ଗ୍ରାମଟି ମହାକାଶ ଯାତ୍ରୀ ସୁନିତା ୱିଲିୟମସଙ୍କ ପିତାଙ୍କ ପୈତୃକ ଗ୍ରାମ । ଏହି ମନ୍ଦିରର ନାମ ହେଉଛି ଡୋଲା ମାତା ମନ୍ଦିର । ମନ୍ଦିରରେ ହିନ୍ଦୁ ଦେବାଦେବୀଙ୍କ ସହିତ ଜଣେ ମୁସଲିମ ମହିଳା ପୂଜା ପାଇଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗ୍ରାମବାସୀ ମାନେ ୪ କୋଟି ଟଙ୍କା ସଂଗ୍ରହ କରି ଏହି ମନ୍ଦିର ନିର୍ମାଣ କରିଥିଲେ ।

dola mandir

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୨୫୦ ବର୍ଷ ପୂର୍ବେ ସେହି ଗ୍ରାମରେ ଡୋଲା ନାମକ ଜଣେ ମୁସଲିମ ମହିଳା ଥିଲେ । ସେ କିଛି ଅସାମାଜିକ ତତ୍ତ୍ୱଙ୍କ ଠାରୁ ଗ୍ରାମକୁ ରକ୍ଷା କରିବା ପାଇଁ ଲଢେଇ କରି ନିଜ ଜୀବନ ହାରିଥିଲେ । ମୃତ୍ୟୁ ପରେ ଡୋଲାଙ୍କ ଶରୀର ଏକ ଫୁଲରେ ପରିବର୍ତ୍ତିତ ହୋଇଯାଇଥିଲା ।

ଡୋଲାଙ୍କ ବଳିଦାନକୁ ଦେଖି ଲୋକେ ଫୁଲ ଉପରେ ହିଁ ତାଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଥିଲେ । ଲୋକଙ୍କ କହିବା ଅନୁସାରେ ଆଜି ମଧ୍ୟ ଡୋଲା ଗ୍ରାମକୁ ରକ୍ଷା କରୁଛନ୍ତି ଏବଂ ଲୋକଙ୍କ ଦୁଃଖକୁ ବୁଝୁଛନ୍ତି । ତେଣୁ ଡୋଲାଙ୍କ ନାମ ଅନୁସାରେ ଏହି ମନ୍ଦିରର ନାମ ରଖାଯାଇଛି ଡୋଲା ମାତା ମନ୍ଦିର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More