Only for Entertainment

ଆମେରିକା ରାଷ୍ଟ୍ରପତିଙ୍କ ନିବସ୍ତ୍ର ପ୍ରତିମା ୨୮,୦୦୦ଡଲାରରେ ବିକ୍ରି ।

foxnews insider
0 59

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏକ ନିବସ୍ତ୍ର ପ୍ରତିମା ଲସଏଞ୍ଜେଲସରେ ହୋଇଥିବା ଏକ ନିଲାମୀରେ ୨୮,୦୦୦ଡଲାରରେ ବିକ୍ରି କରାଯାଇଛି । ଏହି ପ୍ରତିମାକୁ ଏକ ପ୍ରଦର୍ଶନୀ ପାଇଁ ସଂଗ୍ରହାଳୟରେ ରଖାଯିବ । ଜୁଲିଅନ୍ସ ଅଙ୍କସସ ବୁଧବାର ଦିନ ଏହା ଘୋଷଣା କରିଛନ୍ତି ଯେ ଲସଏଞ୍ଜେଲସର ଏକ ନିଲାମୀରେ ଏହି କଳାକୃତି ବିକ୍ରି କରାଯାଇଛି । ପ୍ରତିମାରେ ଟ୍ରମ୍ପଙ୍କ ପେଟ ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି ।

Capturefdrtgfyh

ଏହି ପ୍ରତିମା ଟ୍ରମ୍ପଙ୍କ ନିବସ୍ତ୍ର ପ୍ରତିମାର ଏକ ଶୃଙ୍ଖଳାର ଅଂଶ ଅଟେ । ବଳକା ୪ଟି ପ୍ରତିମାକୁ ଜବତ କରିନେଇଛନ୍ତି ଏବଂ ନଷ୍ଟ କରିଦେଇଛନ୍ତି । ଅଗଷ୍ଟ ୨୦୧୬ରେ ରାଷ୍ଟ୍ରପତି ପଦବୀ ପାଇଁ ଟ୍ରମ୍ପ ଦାବିପତ୍ର ଦେବା ସମୟରେ ଏହି ପ୍ରତିମା ଗୁଡିକ ଲସଏଞ୍ଜେଲସ, ସାନଫ୍ରାନସିସ୍କୋ, ସିଏଟଲ ଏବଂ କ୍ଲୀବଳେଣ୍ଡରେ ସାର୍ବଜନିକ ସ୍ଥଳରେ ଏହାର ପ୍ରଦର୍ଶନୀ ପାଇଁ ରଖାଯାଇଥିଲା ।

ପ୍ରତିମା କିଣିବା ସମୟରେ ଜ୍ୟାକ ବେଗନ୍ସ ଏହାକୁ ଲସଏଞ୍ଜେଲସର ହେଂଟଡ ମ୍ୟୁଜିଅମରେ ପ୍ରଦର୍ଶନ କରିବା ପାଇଁ ରଖିବାକୁ ଚାହୁଁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More