Only for Entertainment

ମନ୍ଦିରରୁ ଚପଲ ଚୋରି ଦର୍ଶାଇ ଥାଏ ଏହି ସଂକେତ !

jansatta
0 336

ମନ୍ଦିରରେ ଜୋତା ଚପଲ ହଜିବା କିମ୍ବା ଚୋରି ହେବା ଅତ୍ୟନ୍ତ ସାଧାରଣ କଥା । ସେମିତିରେ ଦେଖିଲେ ଏହା ଏକ କ୍ଷତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୋତା ଚୋରି ହେବା ଏକ ଶୁଭ ସଂକେତ । ବିଶେଷ ରୂପରେ ଶନିବାର ଦିନ ଜୋତା ଚପଲ ଚୋରି ହେଲେ ଖୁବ ଶୀଘ୍ର ଖରାପ ସମୟରୁ ମୁକ୍ତି ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୋତା-ଚପଲ ଚୋରି ହେବାର ମାନ୍ୟତା ରହିଛି । କୁହାଯାଏ ଏହା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ ଏବଂ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।

ଗ୍ରହ ଦୋଷ ଏବଂ ତାହାର ଉପାୟ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନଙ୍କ ଜାତକରେ ଗ୍ରହ ଦୋଷ ଥାଏ ସେମାନଙ୍କୁ ସହଜରେ ସଫଳତା ମିଳି ପାରି ନଥାଏ । ଗ୍ରହ ଗୁଡିକର ଦୋଷକୁ ଦୂର କରିବା ପାଇଁ ଉପାୟ ମଧ୍ୟ ରହିଛି । ଯାହାକୁ କରିବା ଦ୍ୱାରା ଜାବନରେ ସକାରତ୍ମକ ଫଳ ମିଳିବାର ସଂଭାବନା ବଢିଯାଇଥାଏ । ଜାତକର ଦୋଷକୁ ଦୂର କରିବା ପାଇଁ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା, ଶିବଲିଙ୍ଗ ଉପରେ ଜଳ ଢାଳିବା, ନିୟମିତ ଭାବେ ମନ୍ଦୀର ଯିବା ଏବଂ ହନୁମାନ ଚାଳିଶା ପାଠ କରିବା ଉଚିତ । ଏହା କରିବା ଦ୍ୱାରା ଜାତକର ସମସ୍ତ ସମସ୍ୟା ଏବଂ ଗ୍ରହ ଦୋଷ ଅନେକ ମାତ୍ରାରେ କମ ହୋଇଥାଏ ।

ମନ୍ଦିରରେ ଜୋତା-ଚପଲ ଚୋରି ହେବା
ଯଦି ଶନିବାର ଦିନ କୌଣସି ବ୍ୟକ୍ତିଙ୍କର ଜୋତା-ଚପଲ ଚୋରି ହୁଏ ତେବେ ଏହା ଏକ ଶୁଭ ସଂକେତ । ଏହାର କାରଣ ଶନିଙ୍କ କାରଣରୁ ସୃଷ୍ଟି ସମସ୍ୟା ସାମ୍ନା କରିବା ପାଇଁ ପଡିବ ନାହିଁ । ଶନିଙ୍କ ନ୍ୟାୟାଧିଶ କୁହାଯାଏ ତେଣୁ ଶନି ଗହ ଅଶୁଭ ହୋଇଥିଲେ କୌଣସି କାମରେ ସଫଳତା ମିଳିନଥାଏ ଏବଂ ବାରମ୍ବାର କାମ ବିଗିଡି ଥାଏ । ଏଥିପାଇଁ ମନ୍ଦୀରରେ ଜୋତା କିମ୍ବା ଚପଲ ଚୋରି ହେବା ଶୁଭ ସଂକେତ ରୂପେ ଗ୍ରହଣ କରାଯାଇଥାଏ ।

ପାଦରେ ବାସ କରିଥାନ୍ତି ଶନି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରରେ ସବୁ ଗ୍ରହ ବିଭିନ୍ନ ଅଙ୍ଗରେ ବାସ କରିଥାନ୍ତି । ସେହିପରି ଶନି ପାଦରେ ବାସ କରିଥାନ୍ତି । ଏହି କାରଣରୁ ଜୋତା ଏବଂ ଚପଲର ସମ୍ପର୍କ ପାଦ ସହିତ ଥିବାରୁ ଏହା ଚୋରି ହେବା ଦ୍ୱାରା ଲାଭ ମିଳିଥାଏ । ଏହା ବ୍ୟତୀତ ଜୋତା-ଚପଲ ଦାନ କରିବା ଦ୍ୱାରା ମଧ୍ୟ ଶନି ଦେବ ପ୍ରସନ୍ନ ହୋଇଥାନ୍ତି । ଯଦି ଶନିବାରକୁ ଜୋତା-ଚପଲ ଦାନ କରାଯାଏ ତେବେ ଏହା ଅଧିକ ସୁଫଳ ପ୍ରଦାନ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More