୫୬୦୦ ଟଙ୍କାର ଖାଦ୍ୟ ଖାଇ ଏକ ଲକ୍ଷରୁ ଅଧିକ ଟିପ୍ ଦେଲେ ଆକ୍ଟର, ମାଲାମାଲ ହୋଇଗଲେ ୱେଟେସ୍
ରେଷ୍ଟୁରାଣ୍ଟ ରେ ଖାଦ୍ୟ ଖାଇବା ପରେ ଟିପ ଦେବେ ଏକ ସାଧାରଣ କଥା । କିନ୍ତୁ ହଲିଉଡ ସିଙ୍ଗର-ଆକ୍ଟର ଡାନୀ ବାଲବର୍ଗ ୫୬୦୦ ଟଙ୍କାର ଖାଦ୍ୟ ଖାଇ ଲକ୍ଷରର ଅଧିକ ଟିପ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ନୂଆ ବର୍ଷରେ ସିଙ୍ଗର ପତ୍ନୀ ଜେନୀଙ୍କ ସହିତ ଖାଇବା ପାଇଁ ଏକ ରେଷ୍ଟୁରାଣ୍ଟ ଯାଇଥିଲେ ।
ସେଠାରେ ବେଟେସ ବିଥେନୀ ପ୍ରୋବେଂଶର ତାଙ୍କୁ ଖାଇବା ସର୍ଭ କରିଥିଲେ । ଖାଇବା ଶେଷ ହେବା ପରେ ୭୮ ଡଲାର ଅର୍ଥାତ ୫୬୦୦ ଟଙ୍କା ବିଲରେ ବିଥେନୀ ୨୦୨୦ ଡଲାର ପାଖାପାଖି ଏକ ଲକ୍ଷ ୪୫ ହଜାର ଟଙ୍କାର ଟିପ୍ ଦେଇଥିଲେ । ଏହା ପରେ କପଲ ବିଲରେ ଲେଖିଥିଲେ ହ୍ୟାପି ନ୍ୟୁ ଇୟର । ପରେ ଏହାର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।
. @DonnieWahlberg starting 2020 off like the amazing man he is. #ihop #2020tipchallenge
🥰 pic.twitter.com/AjAEN0hqL6— Jenny McC-Wahlberg (@JennyMcCarthy) January 1, 2020
ଅସଲରେ ଏହା ୨୦୨୦ ଟିପ ଚ୍ୟାଲେଞ୍ଜର ଏକ ଅଂଶ ଥିଲା । ଏହା ପୂର୍ବରୁ ମିଶିଗଲରେ ଜଣେ ବ୍ୟକ୍ତି ୨୩ ଡଲାର ବିଲ୍ ଉପରେ ୱେଟରଙ୍କୁ ୨୦୨୦ ଡଲାର ଟିପ୍ ଦେଇ ଏହି ଚ୍ୟାଲେଞ୍ଜକୁ ସୋସିଆଲ ମିଡିଆରେ ଆରମ୍ଭ କରିଥିଲେ । ଏହାକୁ ଦେଖି ଡୋନୀ ଏହି ଚ୍ୟାଲେଞ୍ଜକୁ ଆଗକୁ ବଢାଇଥିଲେ । ୨୦୨୦ ଡଲାର ଟିପ୍ ପାଇଥିବା ୱେଟ୍ରେସ କ୍ରେଡିଟ କାର୍ଡ ସ୍ଲିପକୁ ଟ୍ୱିଟରରେ ସେୟାର କରିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।