Only for Entertainment

ଭୁଲରେ ମଧ୍ୟ ସେୟାର କରନ୍ତୁ ନାହିଁ ଏହି କଥା, ହୋଇପାରେ ଅନେକ କ୍ଷତି

Reader's Digest
0 73

କୁହାଯାଏ ନିଜ ପ୍ରିୟଜନଙ୍କ ଆଗରେ ମନ କଥା କହିଲେ ହଲକା ଲାଗେ । ସେୟାର୍ କରିବା ଦ୍ୱାରା ଦୁଃଖ କମିଥାଏ ଆଉ ସୁଖ ଦ୍ୱିଗୁଣିତ ହୋଇଥାଏ । କିନ୍ତୁ ଅନେକ କଥା ରହିଛି ଯାହାକୁ ଅନ୍ୟ କାହା ସହ ସେୟାର୍ ଅନୁଚିତ୍ । ଏପରି କଲେ ଆମ ନିଜର ହିଁ ଭଲ ହୋଇଥାଏ । ଏବେ ଜାଣନ୍ତୁ ଏମିତି କିଛି ଗୋପନୀୟ କଥା ଯାହାକୁ ଅନ୍ୟ କାହା ଆଗରେ କହିବା ଅନୁଚିତ୍ ।

ଆର୍ଥିକ ସ୍ଥିତି :
ଆଜିର ସମୟରେ ସମସ୍ତେ ଟଙ୍କା ପଛରେ ଗୋଡାଉଛନ୍ତି । ଆପଣଙ୍କ ପାଖରେ ଯେତେ ବେଶୀ ଟଙ୍କା ରହିବ ଲୋକ ସେତେ ସମ୍ମାନ କରିବେ । ସମ୍ମାନ ଦେଖାଳିଆ ବି ହୋଇପାରେ । ତେଣୁ ଯଦି କେବେ ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏବିଷୟରେ ଅନ୍ୟ କାହା ଆଗରେ କୁହନ୍ତୁ ନାହିଁ । ଏପରି କଲେ ଲୋକ ମାନେ ଅପଣଙ୍କଠାରୁ ଦୂରତା ବନାଇବେ । ସେମିତି ଯଦି ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ତେବେ ଏ ବିଷୟରେ ମଧ୍ୟ କାହାକୁ କୁହନ୍ତୁ ନାହିଁ । ନଚେତ୍ ଲୋକଙ୍କ ଦ୍ୱେଷର ଶିକାର ମଧ୍ୟ ହେବାକୁ ପଡିପାରେ ।

ଅପମାନ :
ଯଦି କେବେ କୌଣସି ପରିସ୍ଥିତିରେ ବା କୌଣସି ସ୍ଥାନରେ ଆପଣଙ୍କର ଅପମାନ ହୋଇଥାଏ ତେବେ କାହା ସାମ୍ନାରେ କୁହନ୍ତୁ ନାହିଁ । ଯଦି କେହି ଏ ବିଷୟରେ ଜାଣନ୍ତି ସମୟ ପଡିଲେ ଆପଣଙ୍କ ମଜାକ୍ ମଧ୍ୟ ଉଡାଇପାରନ୍ତି ।

ଘର କଥା :
ସବୁ ଘରେ ଛୋଟ ଛୋଟ କଥାରେ ଝଗଡା ହୋଇଥାଏ । ତେଣୁ ଘରେ ହେଉଥିବା କୌଣସି ଝଗଡାକୁ ବାହାର ଲୋକଙ୍କ ସାମ୍ନାରେ କୁହନ୍ତୁ ନାହିଁ । ନଚେତ୍ ଲୋକେ ଆପଣଙ୍କ ମଜାକ୍ ଉଡାଇବା ସହ ସମ୍ମାନ କରିବେ ନାହିଁ ।

ପ୍ରେମ କାହାଣୀ :
ନିଜ ପ୍ରେମ ବିଷୟରେ ଅନ୍ୟ କାହାକୁ କୁହନ୍ତୁ ନାହିଁ । ଯଦି ଆପଣ ଏସବୁ କଥା ଆଉ କାହା ଆଗରେ କହୁଛନ୍ତି ତେବେ ଆପଣଙ୍କ ଛବି ଖରାପ ହୋଇଥାଏ ।

ଦୀକ୍ଷା : ଦୀକ୍ଷା ଆପଣଙ୍କ ସଫଳତା ପାଇଁ ହୋଇଥାଏ । ତେଣୁ ସେସବୁ କାହା ସହ ସେୟାର୍ କରନ୍ତୁ ନାହିଁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More