Only for Entertainment

ପ୍ରଥମ ଦେଖାରେ ସାଥୀଙ୍କୁ ଭୁଲରେ ବି ପଚାରନ୍ତୁ ନାହିଁ ଏହି ପ୍ରଶ୍ନ !

FirstMet
23

ଯଦି ଆପଣ ପ୍ରଥମ ଥର ପାଇଁ କାହାକୁ ଡେଟ କରିବା ପାଇଁ ଯାଉଛନ୍ତି ଓ ଆପଣ ପ୍ରକୃତ ରୂପେ ସମ୍ପର୍କରେ ରହିବା ପାଇଁ ଚାହୁଁଛନ୍ତି ତେବେ ଭୁଲରେ ବି ପଚାରନ୍ତୁ ନାହିଁ ଏହି ପ୍ରଶ୍ନ, ନହେଲେ ଆପଣଙ୍କ ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯିବ ।

  • ଯଦି ଆପଣଙ୍କ ସାଥୀ କେଉଁଠି କାମ କରନ୍ତି, ତେବେ ପ୍ରଥମ ଦେଖାରେ ଆପଣ ତାଙ୍କର ଦରମା ବିଷୟରେ ପଚାରନ୍ତୁ ନାହିିଁ । ଏପରି କରିବା ଦ୍ୱାରା ଆପଣଙ୍କ ପ୍ରଥମ ଇମ୍ପ୍ରେସନ ଖରାପ ପଡିବାର ସମ୍ଭାବନା ରହିଛି ।
  • ପ୍ରଥମ ଦେଖାକୁ ବନ୍ଧୁତ୍ୱପୂର୍ଣ୍ଣ ରଖନ୍ତୁ, ନିଜ ସାଥୀ ସହ ଏକ ବନ୍ଧୁ ପରି ବ୍ୟବହାର କରନ୍ତୁ । ତାଙ୍କୁ କୌଣସି କଥାରେ ଜୋରଜବରଦସ୍ତ କରନ୍ତୁ ନାହିଁ ।
  • ପ୍ରଥମ ଡେଟରେ ବିବାହ କଥା ଉଠାନ୍ତୁ ନାହିଁ । ବିବାହ ନେଇ କୌଣସି ବି ପ୍ରଶ୍ନ ପ୍ରଥମ ଡେଟରେ ପଚାରିବା ସାଥୀଙ୍କୁ ଅସହଜ କରିପାରେ ।
  • ପ୍ରଥମ ଦେଖାରେ ନିଜର ପୂର୍ବତନ ପ୍ରେମିକା/ପ୍ରେମିକ ବିଷୟରେ କିଛି କୁହନ୍ତୁ ନାହିଁ । ବରଂ ଡେଟରେ ସାଥୀଙ୍କୁ ଅଧିକ ସ୍ୱତନ୍ତ୍ର ଅନୁଭବ କରାନ୍ତୁ ।
  • ପ୍ରଥମ ଦେଖାରେ ଧର୍ମ ସହ ଯୋଡି ହୋଇଥିବା କୌଣସି କଥା କୁହନ୍ତୁ ନାହିଁ । ଏହା ଆପଣଙ୍କ ସାଥୀ ଉପରେ ନକରାତ୍ମକ ପ୍ରଭାବ ପକାଇପାର ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More