Only for Entertainment

ପତଳା ହେବାଲାଗି ସକାଳେ ଲେମ୍ବୁପାଣି ପିଉଛନ୍ତି କି? ଜାଣନ୍ତୁ, ଏହାର କୁପ୍ରଭାବ

38

ଅନେକ ଲୋକ ସକାଳେ ଉଠିବା ମାତ୍ରେ ଲେମ୍ବୁ ପାଣି ପିଇଥାନ୍ତି। ସେମାନେ ଭାବନ୍ତି ଯେ ଏହା ଫଳରେ ସେମାନଙ୍କ ଓଜନ କମିଯିବ।ଏଥିପାଇଁ ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଥାନ୍ତି ସେମାନେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହାଦ୍ୱାରା ଶରୀରର କ୍ଷତି ହୋଇଥାଏ। ଏହା ଫଳରେ ଆପଣ କେତେକ ରୋଗର ଶିକାର ମଧ୍ୟ ହୋଇପାରନ୍ତି।

ଲେମ୍ବୁ ଏକ ସାଇଟ୍ରିକ୍‌ ଫଳ। ଏହାର ମାତ୍ରାଧିକ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଯେଉଁମାନେ ଥଣ୍ଡା ରୋଗରେ ପୀଡ଼ିତ,ସେମାନଙ୍କୁ ସକାଳେ ଲେମ୍ବୁ-ପାଣି ପିଇବା ଲାଗି ବାରଣ କରାଯାଇଥାଏ। ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ଥାଏ।ଅଧିକ ମାତ୍ରାରେ ଭିଟାମିନ୍‌ ସି ସେବନ କରିବା ଫଳରେ ଶରୀରରେ ଆଇରନ୍‌ର ଅବଶୋଷଣ ହୋଇଥାଏ।

ଆଇରନର ଅତ୍ୟଧିକ ଅବଶୋଷଣ ଫଳରେ ଶରୀରରେ ରକ୍ତର ମାତ୍ରା ହ୍ରାସ ପାଇଥାଏ। ଶରୀରକୁ କ୍ରିୟାଶୀଳ ରଖିବାଲାଗି ଆବଶ୍ୟକୀୟ ମାତ୍ରାରେ ଆଇରନ୍‌ ରହିବା ଜରୁରୀ। ଅନ୍ୟ ଏକ କଥା ହେଲା ଯେ ଲେମ୍ବୁ ଅତି ମାତ୍ରାରେ ଅମ୍ଳୀୟ। ଏହା ଦାନ୍ତକୁ ଦୁର୍ବର୍ଳ କରିଥାଏ। ତା’ଛଡ଼ା ଦାନ୍ତର ବାହ୍ୟ ଅଙ୍ଗର ମଧ୍ୟ କ୍ଷତି ସାଧନ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More