Only for Entertainment

ଚାହା ସହ ରୁଟି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ୍ !

wordpress.com
0 53

ଆମ ଦେଶରେ ପ୍ରାୟ ୯୦ ପ୍ରତିଶତ ଲୋକେ ସକାଳେ ଚାହା ପିଇବାକୁ ଭଲପାଆନ୍ତି । ସକାଳୁ ଉଠି ଚାହା ପିଇବା ପ୍ରାୟ ସମସ୍ତଙ୍କ ଦୈନନ୍ଦିନ ଅଭ୍ୟାସ ହୋଇଗଲାଣି। ଅନେକ ଲୋକଙ୍କର ଖାଦ୍ୟ ଖାଇବା ପରେ ଚାହା ପିଇବା କିମ୍ବା ଖାଦ୍ୟ ସହ ଚାହା ପିଇବାର ଅଭ୍ୟାସ ଥାଏ। କିନ୍ତୁ ଏପରି ଅଭ୍ୟାସ ଆଦୌ ଭଲ ନୁହେଁ। ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଏକ ଗବେଷଣା ପରେ ବୈଜ୍ଞାନିକମାନେ ମତଦେଇଛନ୍ତି ଯେ, ଭୋଜନ ସହ ଚାହା ପିଇବା ଦ୍ୱାରା ଆମ ଶରୀରକୁ ଖାଦ୍ୟର ପୋଷଣ ମିଳି ନ ଥାଏ। ପ୍ରାୟ ୭୦ ପ୍ରତିଶତ ଲୋକେ ସକାଳେ ଚାହା ସହ ରୁଟି ଖାଇବାକୁ ଭଲପାଆନ୍ତି। ହେଲେ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ନା ଆବଶ୍ୟକ ପରିମାଣରେ ପ୍ରୋଟିନ୍ ମିଳିଥାଏ ନା କାର୍ବୋହାଇଡ୍ରେଟ୍ ।

କେବଳ ଏତିକି ନୁହେଁ, ଶରୀରକୁ କ୍ୟାଲସିୟମ ଓ ଆଇରନ ମଧ୍ୟ ମିଳିପାରେ ନାହିଁ । ତେଣୁ ସକାଳୁ ଚାହା ରୁଟି ଖାଇବା ବନ୍ଦ କରିବାକୁ ଚେଷ୍ଟା କରନ୍ତୁ । ଏହା ବଦଳରେ ରୁଟି ସହ କ୍ଷୀର, ଭଜା, ତରକାରୀ କିମ୍ବା ଆଉ କିଛି ଖାଆନ୍ତୁ । କାରଣ ଚାହା ସହ ରୁଟି ଖାଇବା ଆପଣଙ୍କ ଶରୀର ପକ୍ଷେ କ୍ଷତିକାରକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More