Only for Entertainment

ଭାତ-ରୁଟି ଏକାସାଥିରେ ଖାଉଛନ୍ତି କି? ତେବେ ଗମ୍ଭୀର ରୋଗରେ ଶିକାର ହୋଇପାରନ୍ତି

nu.tree
55

ଅଧିକାଂଶ ଲୋକେ ସାଧାରଣତଃ ରୁଟି ଆଉ ଭାତ ଏକା ସାଥିରେ ଖାଇଥାନ୍ତି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଜଣାପଡିଛି କି, ରୁଟି ଆଉ ଭାତ ଏକା ସାଥିରେ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି ପାଇଥାଏ । ଯେଉଁ କାରଣରୁ ଆପଣଙ୍କ ଶରୀରରେ ଅନେକ ରୋଗ ବେମାରୀ ସୃଷ୍ଟି ହୋଇପାରନ୍ତି ।

  • ତେଣୁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣ ଯଦି ଭାତ ଖାଉଛନ୍ତି ତେବେ କେବଳ ଭାତ ହିଁ ଖାଆନ୍ତୁ । ଆଉ ଯଦି ରୁଟି ଖାଉଛନ୍ତି ତେବେ ରୁଟି ହିଁ ଖାଆନ୍ତୁ । କାହିଁକି ନା ଏହାକୁ ଏକା ସାଥିରେ ଖାଇବା ଦ୍ୱାରା ଆପଣ କେବେବି ନିଜକୁ ସୁସ୍ଥ୍ୟ ଅନୁଭବ କରିପାରିବେ ନାହିଁ ।
  • ସେହିପରି ରାତିରେ କେବଳ ରୁଟି ହିଁ ଖାଇବା ଉଚିତ । କାରଣ ରୁଟିରେ ପାଚନ ଶକ୍ତି ଅତି ସହଜରେ ହୋଇଥାଏ । ଏବଂ ରୁଟି ଖାଇବା ଦ୍ୱାରା ଭଲ ନିଦ ଆସିଥାଏ । ତେଣୁ ରାତ୍ରୀ ସମୟରେ ଆପଣଙ୍କୁ ଏଭଳି ଖାଦ୍ୟ ଖାଇବା ଉଚିତ ଯାହାଦ୍ୱାରା ହଜମ ହେବାକୁ ଅଧିକ ପରିଶ୍ରମ କରିବାକୁ ଆବଶ୍ୟକତା ପଡିବ ନାହିଁ । କାହିଁକି ନା ଆପଣ ଖାଇବା ସାରିବା ପରେ ଶୋଇଯାଆନ୍ତି ।ଆଉ ଏହି ସମୟରେ ଆପଣ ଖାଇଥିବା ଖାଦ୍ୟ ଡାଇଜେଷ୍ଟ ହୋଇଥାଏ ।
  • ଯଦି ଆପଣ ରାତିରେ ହାଲକା ଖାଦ୍ୟ ଖାଇବେ ନାହିଁ ତେବେ ଆପଣଙ୍କର ନିଦ ଭଲ ହେବନି । କାରଣ ଆପଣଙ୍କର ଶରୀର ଗୋଟିଏ ସମୟରେ କେବଳ ଗୋଟିଏ ହିଁ କାମ ଭଲ ଭାବରେ କରିଥାଏ ।
  • ସେହିପରି ଭାତ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କର ପେଟ ବାହାରି ପଡିଥାଏ । ତେଣୁ ପେଟରେ ଗ୍ୟାସ ଜନିତ ସମସ୍ୟା ଥିବା ଲୋକଙ୍କୁ ରାତିରେ ସବୁବେଳେ ଭାତ ଖାଇବା ଉଚିତ ନୁହେଁ । କାହିକି ନା ଭାତ ହଜମ ହେବାକୁ ବହୁତ ସମୟ ନେଇଥାଏ । ଡାଇବେଟିସରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ବି ଭାତଠାରୁ ଦୂରେଇ ରହିବା ଦରକାର ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More