Only for Entertainment

ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ ଏହି ୬ଟି ଜିନିଷ

Apherald
81

ଆଜି ହେଉଛି ମହାଶିବରାତ୍ରୀ । ଏହି ଦିନ ଭକ୍ତି ଭଗବାନଙ୍କୁ ବିଭିନ୍ନ ପ୍ରକାରର ଜିନି ଷ ଅର୍ପଣ କରି ପୂଜା କରିଥାନ୍ତି । କିନ୍ତୁ ଏପରି ଅନେକ ଜିନିଷ ରହିଛି ଯାହା ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ରୁଷ୍ଟ ହୋଇଥାନ୍ତି । ଏହା କରିବା ଦ୍ୱାରା ରୁଦ୍ର ଦେବ ଅସନ୍ତୁଷ୍ଟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କ’ଣ…?

  • ବେଲପତ୍ର-
    ଭଗବାନ ଶିବଙ୍କ ଲିଙ୍ଗରେ ଚଢାଉଥିବା ବେଲ ପତ୍ର ତାଜା ଏବଂ ଅକ୍ଷୁର୍ଣ୍ଣ ହୋଇଥିବା ଦରକାର । ଅର୍ଥାତ ଏଥିରେ କଣା କିମ୍ବା ଫଟା ନଥିବ । ଅନେକ ସମୟରେ ଆମେ ଡେମ୍ଫ ନ ଛିଣ୍ଡାଇ ବେଲ ପତ୍ର ଚଢାଇ ଦେଇଥାଉ । ଏପରି କରିବା ଅନୁଚିତ ।
  • ତୁଳସୀ-
    ତୁଳସୀ ପତ୍ରର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରହିଛି । ପ୍ରତ୍ୟେକ ପବିତ୍ର କାମରେ ଏହା ବ୍ୟବହାର କରାଯାଇଥାଏ । କିନ୍ତୁ ଭୁଲରେ ମଧ୍ୟ ଶିବଙ୍କ ପାଖରେ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ ଏପରି କରିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇନଥାଏ ।
  • ସିନ୍ଦୁର-
    ସିନ୍ଦୁର ସୌଭାଗ୍ୟର ପ୍ରତିକ । ଶିବ ବୈରାଗୀ ହୋଇଥିବାରୁ ତାଙ୍କ ପାଖରେ ଏହା ଚଢାନ୍ତୁ ନାହିଁ ।
  • ଅରୁଆ ଚାଉଳ-
    ଶାସ୍ତ୍ର ଅନୁସାରେ ଶିବଙ୍କୁ ଅରୁଆ ଚାଉଳ ଶୁଭ ହୋଇଥାଏ । କିନ୍ତୁ ଶିବଙ୍କୁ କେବେ ହେଲେ ଭାଙ୍ଗି ଯାଇଥିବା ଅରୁଆ ଚାଉଳ ଅର୍ପଣ କରନ୍ତୁ ନାହିଁ ।
  • କଳା ରାଶି-
    ଭଗବାନ ଶିବଙ୍କ ପାଖରେ କଳା ରାଶି ଅର୍ପଣ କରନ୍ତୁ ନାହିଁ । କାରଣ କୁହାଯାଏ ଏହା ବଷ୍ଣୁଙ୍କ ମଳିରୁ ଉତ୍ପନ୍ନ ବୋଲି କୁହାଯାଏ ।
  • ନଡିଆ-
    ନିଡିଆ ପାଣିରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ । କାରଣ ନଡିଆକୁ ମା ଲକ୍ଷ୍ମୀଙ୍କ ପ୍ରତିକ ବୋଲି କୁହାଯାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More