Only for Entertainment

ଘରର ଲକର ଉପରେ ରଖନ୍ତୁ ନାହିଁ ଏହି ସମସ୍ତ ଜିନିଷ । ଧନ ବୃଦ୍ଧିରେ ଘଟିବ ବିଭ୍ରାଟ ।

punjab kesari
0 70

ଆଧୁନିକ ଯୁଗରେ ବଂଚିଲେ ମଧ୍ୟ ବାସ୍ତୁ ଉପରେ ସମସ୍ତେ ବିଶ୍ୱାସ କରନ୍ତି । କାରଣ ମଣିଷ ଜୀବନ ଉପରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ତେଣୁ ତାହାର ନକରାତ୍ମକ ପ୍ରଭାବ ନପଡ଼ିବା ପାଇଁ କେତେକ ସାଧାରଣ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯାହାକୁ ଆପଣାଇବା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ଘରର ଉନ୍ନତି ମଧ୍ୟ ହୋଇଥାଏ । ତେବେ ଘରର ଲକରକୁ ନେଇ ମଧ୍ୟ ସେହିଭଳି କିଛି କଥା ରହିଛି । ଯାହାର କେତେକ ନିୟମ ମଧ୍ୟ ରହିଛି । ଯଦି ତାହାକୁ ଅନୁସରଣ କରା ନଯାଏ ତେବେ ଧନ ବୃଦ୍ଧି ହୋଇପାରି ନଥାଏ ।

  • ଘରର ଲକର ଉପରେ କୌଣସି ଜିନିଷ ରଖିବା ଅନୁଚିତ ।
  • ଘରର ଷ୍ଟୋର ରୁମ କିମ୍ବା ବାଥରୁମ ନିକଟରେ ପୂଜା ଘର ରଖିବା ଅନୁଚିତ ।
  • ଘରର ଯେଉଁ କୋଣରେ ବାସ୍ତୁ ଦୋଷ ରହିଛି ସେଠାରେ ସକାଳେ ଏବଂ ସଂଧ୍ୟାରେ ଶଙ୍ଖ ଫୁଙ୍କନ୍ତୁ । ଏହା ସହିତ ଘଂଟି ମଧ୍ୟ ବଜାଇ ପାରିବେ । ଏଭଳି କରିବା ଦ୍ୱାରା ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ।
  • କ୍ଷୀର ବାହାରୁଥିବା ଗଛକୁ କେବେ ମଧ୍ୟ ଅଗଣାରେ ରଖନ୍ତୁ ନାହିଁ । ଏଥିରୁ ବାସ୍ତୁ ଦୋଷ ବାହାରିଥାଏ । ଏହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।
  • ଘରେ ତୁଳସୀ ରଖିବା ଶୁଭଦାୟକ ହୋଇଥାଏ । ତେଣୁ ସକାଳ ଓ ସଂଧ୍ୟାରେ ତୁଳସୀ ନିକଟରେ ଦୀପ ଲଗାନ୍ତୁ ।
  • ଘରେ ବନ୍ଦ କିମ୍ବା ଖରାପ ଘଡ଼ି ରଖନ୍ତୁ ନାହିଁ । ଏହା ଦ୍ୱାରା ଅଶୁଭ ଫଳ ମିଳିଥାଏ ।
  • ଘରର ପୂଜା ସ୍ଥାନରେ ସକାଳ ଓ ସଂଧ୍ୟାରେ ଘିଅର ଦୀପ ଲଗାଇବା ଉଚିତ । ଏହା ଦ୍ୱାରା ଭାଗ୍ୟ ସମ୍ବଦ୍ଧିତ ଲାଭ ମିଳିଥାଏ । ଏହି ଦୀପର ଧୂଆଁ ବାତାବରଣର ହାନିକାରକ ତରଙ୍ଗ ଏବଂ ସୂକ୍ଷ୍ମ କୀଟାଣୁକୁ ନଷ୍ଟ କରିଥାଏ ।
  • ଖଟ ତଳେ ବ୍ୟବହାର ହେଉ ନଥିବା ଜିନିଷ କିମ୍ବା ଜୋତା ଚପଲ ଆଦି ରଖିବା ଅନୁଚିତ ।
  • ଲକର ମଧ୍ୟରେ ମୋକଦ୍ଦମା କିମ୍ବା ବାଦ ବିବାଦ ମଧ୍ୟରେ ଥିବା କାଗଜ ଆଦି ରଖିବା ଅନୁଚିତ ।
  • ପୂଜା କକ୍ଷ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଦ୍ୱାରା ଶୁଭ ହୋଇଥାଏ ।
  • ପରିବାରର ମୃତ ସଦସ୍ୟଙ୍କ ଚିତ୍ର ପୂଜା କକ୍ଷରେ ରଖିବା ଅନୁଚିତ । ପୂର୍ବ କିମ୍ବା ନୈରୁତ କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ ।
  • ଘରେ ଫଟା ଫଟି ଜିନିଷ ରଖିବା ଅନୁଚିତ । ଦୁଇଟି ଦର୍ପଣକୁ ଆମ୍ନା ସାମ୍ନା କରି ରଖିବା ଅନୁଚିତ ।
  • ଯଦି ଲକରର ଦ୍ୱାର ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ଖୋଲୁଛି ତେବେ ଏହା ଶୁଭ ହୋଇଥାଏ ।
  • ରାତିରେ ଶୟନ କକ୍ଷରେ ଅଇଁଠା ବାସନ ରଖିବା ଅନୁଚିତ । ଏହା କରିବା ଦ୍ୱାରା ଧନ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ ।
  • ଘରେ ବିମ ତଳେ ଖାଇବା ଏବଂ ଶୋଇବା ଅନୁଚିତ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More