Only for Entertainment

ଦୀପିକା-ରଣବୀରଙ୍କ ମୁମ୍ବାଇ ରିସେପ୍ସନ କାର୍ଡ ଭାଇରାଲ, ଏହି ଦିନ ହେବ ପାର୍ଟି ।

Bollyworm
22

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଇଟାଲୀର ଲେକକୋମୋରେ ଆରମ୍ଭ ହୋଇସାରିଛି । ଦୁହେଁ ୧୪ ଏବଂ ୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗ୍ରାଣ୍ଡ ୱେଡିଂ ପରେ ମୁମ୍ବାଇ ଏବଂ ବେଙ୍ଗାଲୁରରେ ବିବାହ ରିସେପ୍ସନ ପାର୍ଟିର ଆୟୋଜନ କରାଯିବ । ଏହେ ଦୀପିବୀରଙ୍କ ମୁମ୍ବାଇ ରିସେପ୍ସନର ପାର୍ଟିର ଫଟୋ ସାମ୍ନାକୁ ଆସିଛି ।

ramveer-mrg card

କାର୍ଡ ଅନୁସାରେ ୨୮ ନଭେମ୍ବର ବୁଧବାର ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତରେ ଆୟୋଜନ କରାଯିବ । ଏହି ରିସେପ୍ସନ ପାର୍ଟି ରାତି ୮ଟାରୁ ଆରମ୍ଭ ହେବ । ଏହି ରିସେପ୍ସନ ପାର୍ଟି ରଣବୀରଙ୍କ ପିତା ମାତାଙ୍କ ତରଫରୁ ରଖାଯାଇଛି । ସେହିପରି ୨୧ ନଭେମ୍ବରରେ ଦୀପିକାଙ୍କ ହୋମ ଟାଉନ ବେଙ୍ଗାଲୁରରେ ରିସେପ୍ସନ ପାର୍ଟି ଦିଆଯିବ । ଏହାକୁ ଦୀପିକାଙ୍କ ପିତା ମାତା ହୋଷ୍ଟ କରିବେ ।

ରିପୋର୍ଟ ଅନୁସାରେ ମୁମ୍ବାଇ ରିସେପ୍ସନ ପାର୍ଟିରେ ବଲିଉଡ ସେଲିବ୍ରିଟି ସାମିଲ ହେବେ । ସେହିପରି ବେଙ୍ଗାଲୁର ପାର୍ଟିରେ ଫ୍ୟାମିଲି ମେମ୍ବର ଏବଂ ବନ୍ଧୁ ସାମିଲ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More