Only for Entertainment

ଏହି ସଦସ୍ୟକୁ ‘ବିଗ ବସ-୧୨’ର ୱିନର କରିବାକୁ ଚାହାଁନ୍ତି ଶିଳ୍ପା ଶିନେ୍ଧ, ଫ୍ୟାନ୍ସଙ୍କୁ କଲେ ଭୋଟ ଅପିଲ ।

insta pic of shilpa shindhe
26

ବିଗ ବସ-୧୧ର ବିଜେତା ଶିଳ୍ପା ଶିନେ୍ଧ ବିଗ ବସ-୧୨କୁ ମଧ୍ୟ ଏଗ୍ରେସିଭ ସହିତ ଫଲୋ କରୁଛନ୍ତି । ବିଗ ବସ-୧୨ର ପ୍ରତିଯୋଗୀଙ୍କ ଉପରେ ତାଙ୍କର ସର୍ବଦା ନଜର ରହିଥାଏ । ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ବିଗ ବସ ସହ ଜଡିତ ନିଜର ପ୍ରତିକ୍ରିୟା ମଧ୍ୟ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଶିଳ୍ପା ସିଜିନ-୧୨ର କେଉଁ ପ୍ରତିଯୋଗୀଙ୍କୁ ସପୋର୍ଟ କରୁଛନ୍ତି ।


ନିକଟରେ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଶ୍ରୀସାନ୍ଥଙ୍କୁ ବିଜେତା ଦେଲଖିବା ପାଇଁ ଚାହାଁନ୍ତି ବୋଲି କ୍ୟାପସନରେ ଉଲ୍ଲେଖ କରିଛନ୍ତି । ଭିଡିଓ ସେୟାର କରି ଶିଳ୍ପା ସମସ୍ତଙ୍କୁ ଶ୍ରୀଷ୍ଟମାସର ଶୁଭେଚ୍ଛା ଦେବା ସହିତ ଫ୍ୟାନ୍ସଙ୍କୁ ଶ୍ରୀସାନ୍ଥଙ୍କୁ ଭୋଟ କରିବା ପାଇଁ କ୍ୟାପସନରେ ଲେଖିଥିଲେ । କହିରଖୁଛୁ ଯେ ଶ୍ରୀସାନ୍ଥଙ୍କୁ ଅନେ କ ସେଲିବ୍ରେଟିଙ୍କ ସେପାର୍ଟ ମିଳିଛି । ସେଥି ମଧ୍ୟରେ କାମ୍ୟା ପଂଜାବୀ, ଶିଳ୍ପା ଶିନେ୍ଧ, ହିନା ଖାନ , ଗୌତମ ଗୁଲାଟୀ, ପ୍ରିୟାଙ୍କ ଶର୍ମା ଓ ଅର୍ଶୀ ଖାନଙ୍କ ପରି କଳାକାରଙ୍କ ନାମ ସାମିଲ ରହିଛି ।

ଏବେ ବିଗବସରେ ମାତ୍ର ୫ ଜଣ ପ୍ରତିଯୋଗୀ ବାକି ଅଛନ୍ତି । ଗୁରୁବାର ହୋଇଥିବା ମିଡ ୱିକ ଏଭିକସନରରେ ସୁରଭି ରାଣା ଘରୁ ବେଘର ହୋଇଛନ୍ତି । ୩୦ ଡିସେମ୍ବର ଫିନାଲେ ଥିବା ବେଳେ କେଉଁ ପ୍ରତିଯୋଗୀ ଏହି ଶୋ ଜିତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More