Only for Entertainment

ନିର୍ବନ୍ଧ ପାର୍ଟିରେ ପଂଜାବୀ ଗୀତରେ ଠୁମକା ଲଗାଇଲେ ନିକ ଏବଂ ପ୍ରିୟଙ୍କାଙ୍କ ମା’ . ଭିଡିଓ ହେଲା ଭାଇରାଲ ।

instagram
0 42

ପ୍ରିୟଙ୍କା ଚୋପ୍ରା କିଛି ଦିନ ପୂର୍ବେ ଆମେରିକାନ ସିଙ୍ଗର ନିକ ଜୋନସଙ୍କ ରୋକା କରିଥିଲେ । ଏହି ସେଲିବ୍ରେଶନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିର୍ବନ୍ଧ ପାର୍ଟିରେ ସମସ୍ତେ ଜମେଇକି ମସ୍ତି କରିଥିଲେ । ନିକଙ୍କ ମା ମଧ୍ୟ ଏକ ଭିଡିଓ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ପ୍ରିୟଙ୍କା ପଂଜାବୀ ଗୀତରେ ଡ୍ୟାନ୍ସ କରିଥିଲେ ।

ଭିଡିଓରେ ପ୍ରିୟଙ୍କା ଏବଂ ନିକ ଦୁହେଁ ନିଜ ମା’ଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ନିକଙ୍କ ମା ମଧୁ ଚୋପ୍ରାଙ୍କ ଡ୍ୟାନ୍ସ ଷ୍ଟେପ ଦେଖି ଫଲୋ କରୁଥିଲେ । ଭିଡିଓ ଖୁବ କ୍ୟୁଟ ଥିଲା । ଏଥିରେ ଦୁଇ ସମୁଦୂଣୀଙ୍କ ଡ୍ୟାନ୍ସର ଯୁଗଳବନ୍ଦୀ ନଜର ଆସିଥିଲା ।

New reason and season for “Joy”

A post shared by Madhu Akhouri Chopra (@madhumalati) on

ଚଳିତ ବର୍ଷ ଦୁହିଁଙ୍କ ବିବାହ ହୋଇପାରେ ମାତ୍ର ଏବେ ପର୍ଯ୍ୟନ୍ତ କୌଣସି ସଠିକ ତାରିଖ ଚୟନ କରାଯାଇନାହିଁ । ବିଶେଷ ସୂତ୍ରରୁ ପ୍ର୍ରକାଶ ଯେ ପ୍ରିୟଙ୍କା ଏବଂ ନିକ ଦୁହେଁ ହୱାଇରେ ନିଜର ଡେସ୍ଟିନେସନ ୱେଡିଂ କରି ପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More