Only for Entertainment

ବ୍ୟବହାର କରନ୍ତୁ ନାହିଁ ଅନ୍ୟର ମେକଅପ ସାମଗ୍ରୀ ।

Flipkart
50

ମେକ ଅପ ନେବାକୁ ସମସ୍ତେ ପସନ୍ଦ କରନ୍ତି । କାରଣ ଏହା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । କିନ୍ତୁ ଏହାକୁ ନେଇ କିଛି ଦିଗ ରହିଛି ଯାହା ପ୍ରତି ଆପଣଙ୍କୁ ସଚେତନ ହେବା ଉଚିତ ।ଆମେ ସବୁବେଳେ ମେକ୍‌ଅପ୍‌ ଜିନିଷ ବ୍ୟବହାର କଲାବେଳେ ତାହାର ବ୍ୟବହାରର ତାରିଖକୁ ଅଣଦେଖା କରିଥାଉ। ଫଳରେ ଏକ୍ସପାୟରି ଡେଟ୍‌ ଗଲା ପରେ ମଧ୍ୟ ଆମେ ଏହାକୁ ବ୍ୟବହାର କରିଥାଉ। କିନ୍ତୁ ଏହା କରିବା ଠିକ୍‌ ନୁହେଁ। ଏକ୍ସପାୟରି ଡେଟ୍‌ ଗଲା ପରେ ଜିନିଷରେ ବିଭିନ୍ନ ପ୍ରକାର ଜୀବାଣୁ ବସା ବାନ୍ଧିବାର ବହୁତ ସମ୍ଭାବନା ରହିଥାଏ।

 

ଆପଣ  ଏହାକୁ ବ୍ୟବହାର କରିବା ଦ୍ୱାରା ଏହା ଝାଳ ହୋଇ ତ୍ୱଚାରେ ଇନ୍‌ଫେକ୍ସନ ହେବାର ବହୁତ ସମ୍ଭାବନା ରହିଥାଏ। ପୁରୁଣା ମେକ୍‌ଅପ୍‌ ପାଉଡର୍‌ ଫାଉଣ୍ଡେସନ୍‌ ଇତ୍ୟାଦି ବ୍ୟବହାର କରିବା ଉଚିତ୍‌ ନୁହେଁ। ତେବେ  ଏହାକୁ ବ୍ୟବହାର କରିବା ଆପଣଙ୍କ ପାଇଁ ଖରାପ ହୋଇପାରେ।

 

ଆମେ କେବଳ ମେକ୍‌ଅପ୍‌ ବ୍ରସ୍‌ ନୁହେଁ, ମେକ୍‌ଅପ୍‌ର ଅନ୍ୟସବୁ ଜିନିଷ ମଧ୍ୟ ଅନ୍ୟମାନଙ୍କ ସହ ସେୟାର୍‌ କରିଥାଉ। ଏହା ମଧ୍ୟ ଆପଣଙ୍କ ପାଇଁ ଖରାପ ହୋଇପାରେ। ସମସ୍ତଙ୍କ ତ୍ୱଚା ସମାନ ନ ଥାଏ। ତେବେ ଅନ୍ୟ ଜଣଙ୍କ ଠାରୁ ରୋଗ ଆସି ଆପଣଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରେ। ବିଶେଷ କରି ମେକ୍‌ଅପ୍‌ ବ୍ରସ୍‌ ସାହାଯ୍ୟରେ ଏହା ଶୀଘ୍ର ବ୍ୟାପିବାର ସମ୍ଭାବନା ଥାଏ।ଏଠାରେ ଆପଣଙ୍କୁ ଆଉ ଏକ କଥା ମଧ୍ୟ କହି ରଖିବାକୁ ଚାହୁଁଛୁ, ଆମେ ସାଧାରଣତଃ ମେକ୍‌ଅପ୍‌ କଲା ପରେ ବ୍ରସ୍‌ଗୁଡ଼ିକୁ ଖୋଲା ରଖିଦେଇଥାଉ। ଏହି ବ୍ରସ୍‌ ସବୁ ବହୁତ ନରମ ହୋଇଥାଏ। ତେବେ ଏହା କରିବା ଦ୍ୱାରା ବାହାର ଜୀବାଣୁ ଅତି ସହଜରେ ବ୍ରସ୍‌ରେ ଲାଗି ଯାଇପାରେ। ଆଉ ସେହି ବ୍ରସ୍‌କୁ ଆପଣ ବ୍ୟବହାର କଲେ ତ୍ୱଚା ଖରାପ ହେବାର ମଧ୍ୟ ଅନେକ ସମ୍ଭାବନା ଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More