Only for Entertainment

କାକୁଡି ଖାଇବା ପରେ ପାଣି ପିଉଛନ୍ତି କି ଭୋଗି ପାରନ୍ତି ଏହି ସବୁ ସମସ୍ୟା!

google
74

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ସହ ଲୋକମାନେ ସାଲାଡ୍‌ ଖାଇଥାନ୍ତି । ଆଉ ସାଲାଡ଼୍‍ରେ ଲୋକମାନେ କାକୁଡ଼ିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କାକୁଡ଼ିରେ ଭିଟାମିନ୍‌ K, ଭିଟାମିନ C,କପର,ମ୍ୟାଗ୍ନେସିୟମ,ପୋଟାସିୟମ,ମାଙ୍ଗାନିଜ୍‌ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି? କାକୁଡ଼ି ଖାଇବା ପରେ ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ ।

ଆଜ୍ଞା ହଁ! କାକୁଡ଼ି ଖାଇବା ଶରୀର ପାଇଁ ଯେତେ ଲାଭଦାୟକ କାକୁଡ଼ି ଖାଇ ସାରି ପାଣି ପିଇବା ଶରୀର ପାଇଁ ସେତେ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କାକୁଡ଼ି ଖାଇବା ପରେ ପାଣି ପିଇଲେ କେଉଁ ସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।

କାକୁଡ଼ିରେ ୯୫ପ୍ରତିଶତ ପାଣି ଏବଂ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ । କାକୁଡ଼ି ଖାଇ ସାରି ପାଣି ପିଇଲେ ଶରୀରକୁ କାକୁଡ଼ିର ପୋଷକ ତତ୍ତ୍ୱ ମିଳି ପାରି ନ ଥାଏ ।

ଖାଦ୍ୟକୁ ହଜମ କରିବା ପାଇଁ ଶରୀରକୁ ପିଏଚ୍‌ ସ୍ତରର ଅବଶ୍ୟକତା ହୋଇଥାଏ । କିନ୍ତୁ ଖାଦ୍ୟରେ କାକୁଡ଼ି ଖାଇବାର ତୁରନ୍ତ ପରେ ପାଣି ପିଇଲେ ପିଏଚ୍‌ ସ୍ତର ଦୁର୍ବଳ ହୋଇ ଯାଇଥାଏ । ଫଳରେ ଖାଦ୍ୟକୁ ହଜମ କରୁଥିବା ଏସିଡ଼୍‍ ଠିକ୍‌ ଭାବରେ କାମ କରି ପାରି ନଥାଏ ।

କାକୁଡ଼ି ଖାଇଲେ ପେଟଜନିତ ସମସ୍ୟା ଦୂର ହେବା ସହ ଖାଦ୍ୟ ହଜମ ହୋଇଥାଏ । କିନ୍ତୁ କାକୁଡ଼ି ଖାଇ ସାରି ପାଣି ପିଇଲେ ଡ଼ାଇରିଆ ହେବାର ସମ୍ଭାବନା ବଢ଼ି ଯାଇଥାଏ । ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ କାକୁଡ଼ି ଖାଇବାର ୨୦ମିନିଟ୍‌ ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More