Only for Entertainment

ଥରେ ବ୍ୟବହାର କରିଥିବା ତେଲକୁ ପୁଣିଥରେ ରୋଷେଇରେ ବ୍ୟବହାର କଲେ ହୋଇଥାଏ କର୍କଟ ରୋଗ । ଜାଣନ୍ତୁ କିପରି ।

blog.iccadubai.ae
0 51

ଅଧିକ ସମୟରେ ଆମେ ଘରେ ଯେତେବେଳେ ରୋଷେଇ କରିଥାଉ ଛଣା ତେଲ ବଳିଗଲେ ତାହାକୁ ରଖି ଦେଇଥାଉ ଏବଂ ପୁନର୍ବାର ରୋଷେଇରେ ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣି ରଖନ୍ତୁଯେ ଏହି ତେଲ ଆମ ଶରୀର ପାଇଁ ଖୁବ କ୍ଷତିକାରକ ।

ଦ୍ୱିତୀୟ ଥର ତେଲକୁ ବ୍ୟବହାର କରିବା ଦ୍ୱାରା କର୍କଟ ବା କ୍ୟାନସର ହୋଇଥାଏ । କାରଣ ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ଏଥିରେ ଫ୍ରି ରେଡିକଲ ସୃଷ୍ଟି ହୋଇଥାଏ । ଯେଉଁ କାରଣରୁ ଏହି ତେଲରେ ଆଂଟି ଅକ୍ସିଡାଂଟର ମାତ୍ରା ଶେଷ ହୋଇଯାଏ । ଏହାପରେ ସେଥିରେ କର୍କଟ ରୋଗର କୀଟାଣୁ ଜନ୍ମ ନିଅନ୍ତି । ଯାହା ଖାଦ୍ୟ ସହିତ ଲାଗିଯାଆନ୍ତି ଏବଂ ଆମ ଶରୀରରକୁ କ୍ଷତି ପହଂଚାଇଥାନ୍ତି ।

ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ବଢିଯାଏ । କେବଳ ସେତିକି ନୁହେଁ ହୃଦୟ ଜନିତ ସମସ୍ୟା ମଧ୍ୟ ଦେଖାଦିଏ । ତେବେ ତେଲକୁ ଯଦି ଆପଣ ସେହିଭଳି ବ୍ୟବହାର କରୁଛନ୍ତି ତେବେ ନିଜକୁ ଦୂରେଇ ରଖନ୍ତୁ । କାରଣ ଏହା ରୋଗ ସୃଷ୍ଟି କରିବାର ଏକ କାରକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More