Only for Entertainment

ଅଧିକ ଆଇରନ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ ।

Mathrubhumi English
51

ଖାଦ୍ୟ ତ ଆପଣ ଖାଇଥାନ୍ତି । କିନ୍ତୁ କେଉଁ ଖାଦ୍ୟରେ କେତେ ପରିମାଣର ପ୍ରୋଟିନ ଥାଏ ତାହା ହୁଏତ ଜାଣିନଥାନ୍ତି । ଖାଦ୍ୟରେ ଆଇରନ, କ୍ୟାଲିସିୟମ ଏବଂ ପୋଟାସିୟମ ଆଦି ଥିବା ଦ୍ୱାରା ତାହାକୁ ଖାଇଲେ ଶରୀର ସୁସ୍ଥ ରହିଥାଏ । ତେବେ ଆମେ ବିଭିନ୍ନ ସମୟରେ ଖାଦ୍ୟକୁ ନେଇ ବିଭିନ୍ନ ସୂଚନା ଆପଣଙ୍କୁ ଦେଇଥାଉ । ଆଜିମଧ୍ୟ ଆଲୋଚନା କରିବା ସେହିଭଳି ଏକ ଖାଦ୍ୟ ସଂପର୍କିତ ବିଷୟ । ଶରୀର ପାଇଁ ଆଇରନ ପ୍ରଚୁର ପରିମାଣରେ ଆବଶ୍ୟକ । ଯାହା ଦ୍ୱାରା ରୋଗରୁ ମୁକ୍ତି ମିଳିବ । କେବଳ ଆଭ୍ୟନ୍ତରୀଣ ନୁହେଁ ବରଂ ବାହ୍ୟ ଶରୀର ପାଇଁ ମଧ୍ୟ ଏହା ଯଥେଷ୍ଟ ଉପକାରୀ ।

ସଜନା ଶାଗ ଶରୀରର ଅନେକ ଉପକାର କରିଥାଏ। ପ୍ରତିଦିନ କିମ୍ବା ସପ୍ତାହରେ ୨ ଥର ସଜନା ଶାଗ ଖାଇଲେ ବ୍ଲଡ୍‌ପ୍ରେସରରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। ଏଥିରେ ଆଇରନ୍‌, କ୍ୟାଲସିୟମ୍‌,ମ୍ୟାଗ୍ନେସିୟମ୍‌, ଫସଫରସ୍‌ ଆଦି ରହିଥାଏ। ସଜନା ଶାଗରେ ପ୍ରଚୁର ମାତ୍ରାରେ ଫାଇବର୍‌ ଭରି ରହିଛି । ଏହାକୁ ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳେ। ସଜନା ଶାଗ ବ୍ଲଡ୍‌ସୁଗାର୍‌ସ୍ତର ନିୟନ୍ତ୍ରିତ କରିଥାଏ। ଫଳରେ ଡାଇବେଟିସ୍‌ ଆଶଙ୍କାରୁ ଦୂରହୁଏ । ଏହା କୋଲଷ୍ଟରଲସ୍ତରକୁ ସ୍ବାଭାବିକ କରି ହାର୍ଟ ଆଟାକ ଆଶଙ୍କା ଦୂର କରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More