Only for Entertainment

ରାସ୍ତାରେ ଯାଉଥିବା ପୁଲିସକର୍ମୀଙ୍କୁ ଅଟକାଇ କଲେ କିସ, ଭିଡିଓ ହେଉଛି ଭାଇରାଲ !

aajtak
1,228

ତେଲେଙ୍ଗାନାର ବୋନାଲୁ ଫେଷ୍ଟିଭାଲରେ ଜଣେ ପୁଲିସକର୍ମୀଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁୂ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜଣକ ଜଣେ ବ୍ୟାଙ୍କ କର୍ମଚାରୀ । ବୋନାଲୁ ଫେଷ୍ଟିଭାଲରେ ୨୮ବର୍ଷୀୟ ଯୁବକ ରାସ୍ତାରେ ଅତିକ୍ରମ କରୁଥିଲେ, ସେହି ସମୟରେ ପୁଲିସ କର୍ମଚାରୀଙ୍କୁ ଅଟକାଇ କିସ କରିଥିଲେ ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହି ବ୍ୟକ୍ତି ବିରୁଦ୍ଧରେ ଯାଂଚ କରାଯାଇଛି । ରବିବାର ରାତିରେ ହୋଇଥିବା ଏହି ଘଟଣା ସମୟରେ ବ୍ୟକ୍ତି ଜଣକ ନିଶାଗ୍ରସ୍ତ ଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି କିଛି ଲୋକ ରାସ୍ତାରେ ଡାନ୍ସ କରୁଛନ୍ତି । ଏହାପରେ ଅଚାନକ ଘଟଣାସ୍ଥରେ ଜଣେ ପୁଲିସ କର୍ମଚାରୀ ଅତିକ୍ରମ କରୁଥିବା ବେଳେ ଡାନ୍ସ କରୁଥିବା ବ୍ୟକ୍ତି ମଧ୍ୟରୁ ଜଣେ ଆସି ପୁଲିସ ବାବୁଙ୍କୁ ଆଲିଙ୍ଗନ କରି କିସ କରିଥିଲେ । ଏହାପରେ ପୁଲିସ ଜଣକ ତାଙ୍କୁ ଧକ୍କା ମାରି ଚାପୁଡା ମାରିଥିଲେ । ଯୁବକ ଏହାପରେ ମଧ୍ୟ ନାଚିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More