Only for Entertainment

କୁକୁର ସହ ଡାନ୍ସ କରୁଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରାଲ, ଯାହାକୁ ଦେଖି ଚେହେରାରେ ଖେଳିଯିବ ହସ !

47

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ନିଆରା ଭିଡିଓ ଦେଖିବାକୁ ମିଳିଥାଏ । କିଛି କିଛି ଭଲ ଲାଗେ ତ କିଛି କିଛି ଖୁବ ଭଲ ଲାଗେ । ଏହି ଭଳି ଆଜିକାଲି ସୋସିଆଲ ମିଡିଆ ଉପରେ ଖବରଦାତା ମଧ୍ୟ ନିର୍ଭରଶୀଳ । କାରଣ ଏହା ଗୋଟିଏ ଉପାୟ ଯେଉଁଠି ଅନେକ ଖବର ମିଳିଥାଏ । ସେହିଭଳି ଏକ ନିଆରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ସୋସିଆଲ ମିଡିଆରେ କୁକୁର ସହ ଡାନ୍ସ କରୁଥିବା ଏକ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଖବର ଲେଖିବା ପର୍ଯ୍ୟନ୍ତ ଏହି ଭିଡିଓରେ ୧୧ହଜାର ଲୋକ କମେଂଟ କରିସାରିଥିଲେ । ଭିଡିଓ ଦେଖି ଅନୁମାନ ହେଉଛି ଯେ କୁକୁରକୁ ମଧ୍ୟ ବ୍ୟକ୍ତି ଜଣକ ଡାନ୍ସ ଖୁବ ପସନ୍ଦ ଆସିଛି । ଏହି ଭିଡିଓ କେଉଁ ସ୍ଥାନର ଏବଂ କେବେର ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । ଭିଡିଓରେ ଆସିଥିବା ଭ୍ୟୁ ବିଷୟରେ କହିବାକୁ ଗଲେ ଖବର ଲେଖିବା ପର୍ଯ୍ୟନ୍ତ ଏହାକୁ ପାଖା ପାଖି ୩ମିଲିଅନ ଲୋକ ଦେଖି ସାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More