Only for Entertainment

କନ୍ୟାକୁ ବରମାଳା ପିନ୍ଧାଇବା ପାଇଁ ଟେକିଲେ ସମ୍ପର୍କୀୟ ଏହାପରେ ଖାଇଲେ ଚାପୁଡା !

khabar NDTV
0 64

ସୋସିଆଲ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯାହାକୁ ଅନେକ ଫେସବୁକ ପେଜରେ ଶେୟାର କରାଯାଇଛି । ବିବାହର ଏହି ଭିଡିଓକୁ ଦେଖି ଅନେକ ଲୋକ ହସି ହସି ଗଡିପଡିଛନ୍ତି । ବିବାହ ସମୟରେ ଫୁଲମାଳା ପିନ୍ଧାଉଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ସମୟରେ ମାଳା ପିନ୍ଧାଇଲା ବେଳେ ନଜର ଆସିଥାଏ ଯେ ବରଙ୍କ ସାଙ୍ଗ ଫୁଲମାଳା ପିନ୍ଧାଇବା ସମୟରେ ବରଙ୍କୁ କାଖେଇ ନିଅନ୍ତି ଏହାଦ୍ୱାରା କନ୍ୟାଙ୍କୁ ମାଳା ପିନ୍ଧାଇବାକୁ କଷ୍ଟ ହୋଇପଡେ ।

ଏହି କାରଣରୁ କନ୍ୟାକୁ ମଧ୍ୟ ସମ୍ପର୍କୀୟ କାଖେଇ ଥାଆନ୍ତି । ଏହି ଭିଡିଓରେ ମଧ୍ୟ ଠିକ ସେହିଭଳି ହୋଇଛି । କନ୍ୟାଙ୍କ ସମ୍ପର୍କୀୟ ଯେତେବେଳେ କନ୍ୟାଙ୍କୁ ଉଠାଇଛନ୍ତି କନ୍ୟା ବରମାଳା ପିନ୍ଧାଇ ଓଲ୍ହାଇବା ପରେ ସମ୍ପର୍କୀୟଙ୍କୁ ଶକ୍ତ ଚାପୁଡା ପକାଇଛନ୍ତି । ଏହି ଭିଡିଓକୁ ଖୁବ ମାତ୍ରାରେ ସେୟାର କରାଯାଉଛି । ସମ୍ପର୍କୀୟ ଜଣକ ଚାପୁଡା ଖାଇଲା ପରେ ପାଖରେ ଥିବା ମହିଳାଙ୍କୁ ସେ ଏକ ଚାପୁଡା ଦେଇ ଚାଲିଯାଉଛନ୍ତି । ଏହାଦେଖି ବର ଆଶ୍ଚର୍ଯ୍ୟ ହୋଇ କନ୍ୟାକୁ ଚାହିଁ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More