Only for Entertainment

ପ୍ରତିଯୋଗୀଙ୍କ ବାସ୍ତବ ସମସ୍ୟା ବିଷୟରେ ଜାଣିବା ପରେ ଏହି ପଦକ୍ଷେପ ନେଲେ ସଲମାନ ଖାନ ।

bollywood tadka
0 57

ବଲିଉଡ ଅଭିନେତା ସଲମାନ ଖାନ ଏବେ ତାଙ୍କ ଫିଲ୍ମ ‘ଦଶ କା ଦମ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏକ ଖବର ଅନୁସାରେ ସୁଟିଂ ସମୟରେ ପ୍ରଥମ ପ୍ରତିଯୋଗୀ ବେହୋଶ ହୋଇଗଲେ । ୪୦ ବର୍ଷର ଏହି ମହିଳା ପ୍ରତିଯୋଗୀ ସଲମାନଙ୍କୁ ନିଜ ସମସ୍ୟା ଏବଂ ଟଙ୍କାର ସମସ୍ୟା ବିଷୟରେ କହିଲେ । ମହିଳାଙ୍କ କହିବା ଅନୁସାରେ ଟଙ୍କା ଅଭାବରୁ ତାଙ୍କୁ ଘରୋଇ ବିଦ୍ୟାଳୟରେ ତାଙ୍କ ପୁଅର ଆଡମିଶନ ରବ୍ଦ କରିବାକୁ ପଡ଼ିଲା ।

salman 2

ମହିଳାଙ୍କ ହୋଶ ଆସିବା ପରେ ତାଙ୍କ ପୁଅର ପଢା ଦାୟୀତ୍ୱ ନେବା ପାଇଁ ସଲମାନ ପ୍ରତିଶୃତି ଦେଲେ । ଏହାପରେ ସୁଟିଂ ଆରମ୍ଭ ହେଲା । ତେବେ ଏହି ଶୋ ୪ ଜୁନରୁ ସୋନି ଟିଭିରେ ଆରମ୍ଭ ହେବ । ଏହି ଶୋ’ରେ ପ୍ରଥମ ଥର ସାଧାରଣ ଲୋକ ଭାଗ ନେବେ ।

ଚଳିତ ଦିନରେ ସଲମାନ ଫିଲ୍ମ ରେସ ଥ୍ରିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଜ୍ୟାକଲିନଙ୍କ ସହିତ ବବି ଦେଓଲ,ଅନିଲ କପୁର,ଡେଜି ଶାହ ଏବଂ ସାକିବ ସଲିମ ନଜର ଆସିବେ । ଏହି ଫିଲ୍ମ ଇଦ ଉପଲକ୍ଷେ ରିଲିଜ ହେବ । ତେବେ ଫିଲ୍ମ ୧୫ ଜୁନରେ ରିଲିଜ ହେବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More