Only for Entertainment

ସାମ୍ନାକୁ ଆସିଲା ସଲମାନଙ୍କ ‘ଦଶ କା ଦମ’ର ପ୍ରଥମ ଝଲକ,ଟାଇଟଲ ଟ୍ରାକରେ ଆୱାଜ ସହିତ କଲେ ଧମାକାଦାର ଡ୍ୟାନ୍ସ ।

bollywood tadka
0 40

ବଲିଉଡ ଅଭିନେତା ସଲମାନ ଖାନ ତାଙ୍କର ଅପକମିଂ ଶୋ ‘ଦଶ କା ଦମ’ ଜରିଆରେ ୪ ଜୁନ ଠାରୁ ଟିଭିରେ ନଜର ଆସିବେ । ନିକଟରେ ଏହାର ଟାଇଟଲ ଟ୍ରାକ ରିଲିଜ ହୋଇସାରିଛି । ସଲମାନ ପ୍ରଥମ ଥର ଟାଇଟଲ ଟ୍ରାକରେ ନିଜର ଭଏସ ଦେଇଛନ୍ତି ଏବଂ ଗୀତରେ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି ।

 

ଏହି ଗୀତକୁ ମୁଦସର ଖାନ କୋରିଓଗ୍ରାଫି କରିଛନ୍ତି । ସଲମାନ ଗୀତ ମାଧ୍ୟମରେ ଦର୍ଶାଇଛନ୍ତିଯେ ଅନୁମାନ ଉପରେ ଆଧାରିତ ଏହା ଏଭଳି ଏକ ଖେଳ ଯାହା କେବେ ମଧ୍ୟ ଦେଖିନଥିବେ । ଏହା ମଧ୍ୟ ଗୀତରେ କୁହାଯାଇଛିଯେ ଯଦି ଅନୁମାନ ପ୍ରାୟ ପାଖାପାଖି ହେଲେ ମଧ୍ୟ ପ୍ରତିଯୋଗୀ ଖାଲି ହାତରେ ଘରକୁ ଯିବେ ନାହିଁ ।

 

ଏହା ‘ଦଶ କା ଦମ’ର ଦ୍ୱିତୀୟ ସିଜନ । ଏହା ପୂର୍ବରୁ ୨୦୦୮ରେ ସଲମାନ ସୋନି ଟିଭିରେ ଏହି ଶୋ’ର ହୋଷ୍ଟ ଭାବରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More