Only for Entertainment

ଦଶହେରା ଫିଲ୍ମର ନୂଆ ଆଇଟମ ଗୀତ ରିଲିଜ, ଧମାକା କରିବେ ବାହୁବଲୀ ଅଭିନେତ୍ରୀ !

youtube
63

ଚଳିତ ମାସ ୨୬ ତାରିଖରେ ରିଲିଜ ହେବାକୁ ଯାଉଛି ଅପକମିଂ ଫିଲ୍ମ ଦଶେହରା । ପୂର୍ବରୁ ଏହାର ପ୍ରଥମ ଲୁକ୍ ଓ ଟ୍ରେଲର ରିଲିଜ ସରିଥିବା ବେଳେ ଏବେ ଏହାର ପ୍ରଥମ ଭିଡିଓ ରିଲିଜ ହୋଇଛି । ଭିଡିଓର ନାଁ ମାଇରେ ରହିଥିବା ବେଳେ ଏହା ଏକ ଆଇଟମ ଗୀତ ରହିଛି । ଗୀତଟି ଖୁବ୍ ଧମାକଦାର ମଧ୍ୟ ହୋଇଛି । ଗୀତରେ ରେଖା ଭରଦ୍ୱାଜ ଓ ତନୁଶ୍ରୀ କଣ୍ଠଦାନ କରିଥିବା ବେଳେ କୋରିଓଗ୍ରାଫର କରିଛନ୍ତି ବିଷ୍ଣୁ ଦେବ ।

ଫିଲ୍ମ ରିଲିଜକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ରିଲିଜ ହୋଇଛି ଆଗାମୀ ଆକ୍ସନ ଫାଇଟ ଫିଲ୍ମ ଦଶେହରାର ପ୍ରଥମ ଭିଡିଓ । ମାଇରେ ଭିଡିଓରେ ଜରିଆରେ ଜବରଦସ୍ତ ଡ୍ୟାନ୍ସର ତଡକା ଦଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ଜଣେ ସଚ୍ଚୋଟ ପୋଲିସ ଅଫିସର ଜରିଆରେ ନଜର ଆସିବେ ନିଲ ନିତିନ ମୁକେଶ । ଏଥିରେ ନିଲଙ୍କ ବ୍ୟତିତ ମୁଖ୍ୟ ଭୂମିକାରେ ରହିଛନ୍ତି ଟିନି ଦେଶାଇ ଓ ଗୋବିନ୍ଦ ନାମଦେବ ମଧ୍ୟ ନଜର ଆସୁଛନ୍ତି । ଏହି ଆକ୍ସନ ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମନିଷ ବାଶ୍ଚଲ୍ୟ । ତେବେ ୨୬ ଅକ୍ଟୋବରରେ ପରଦାରେ ଦର୍ଶକ ଦେଖିବକୁ ପାଇବେ ଏହି ଫିଲ୍ମ ।

ରିଲିଜ୍ ହୋଇଛି ଆଗାମୀ ରୋମାଂଟିକ୍ ଚଳଚ୍ଚିତ୍ର ଜଲେବିର ଆଉ ଏ ରୋମାଂଟିକ ଗୀତ ‘ତେରା ମେରା ରିସ୍ତା’ । ଏହି ଗୀତରେ ଶୁଣିବାକୁ ମିଳିଛି ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ କେକେ ଓ ଶ୍ରେୟା ଘୋଷାଲଙ୍କ ମ୍ୟାଜିକାଲ୍ ଭଏସ୍ । ବିଶେଷ ଫିଲ୍ମସ୍ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ଲିଡ୍ ରୋଲ୍ରେ ନଜର ଆସିଛନ୍ତି ରିଆ ଚକ୍ରୋବର୍ତି ଓ ବରୁଣ ମିତ୍ରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More