Only for Entertainment

ପ୍ରଥମ ଓଡିଆ ମହିଳା ଭାବେ କପିଲ ଶର୍ମା ସୋ’ରେ ଯୋଗ ଦେଲେ ଆଥଲେଟ୍‌ ଦୂତି ଚାନ୍ଦ

dutee chand facbook
34

ବହୁ ଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମା ସୋ’ରେ ଯୋଗ ଦେଇଛନ୍ତି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ତଥା ମହିଳା ଆଥଲେଟ୍‌ ଦୂତି ଚାନ୍ଦ । ପ୍ରଥମ ଓଡ଼ିଆ ମହିଳା ଭାବେ କପିଲ ଶର୍ମାଙ୍କ ସୋ’ରେ ସାମିଲ ହୋଇଛନ୍ତି ଦୂତି ଚାନ୍ଦ । ଏହି ସୋ’ରେ ଦୂତିଙ୍କ ସହ ସାମିଲ ହୋଇଥିଲେ ପୂର୍ବତନ ହକି ଖେଳାଳୀ ସନ୍ଦିପ ଶର୍ମା ଏବଂ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ ।

ତେବେ ଏନେଇ ଦୂତି ଟୁଇଟ୍‌ କରି ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପ୍ରଥମ ଓଡ଼ିଆ ଝିଅ ହିସାବରେ କପିଲ ଶର୍ମା ସୋ’ରେ ପାଦ ଥାପିଥିବାରୁ ସେ ବହୁତ ଖୁସି ଅଛନ୍ତି । ଏଭଳି ଏକ ନିଆରା ସୋ’କୁ ନିମନ୍ତ୍ରଣ କରିଥିବାରୁ ସେ କପିଲ ଶର୍ମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ପ୍ରଥମ ଓଡିଆ ମହିଳା ଭାବେ ଦୂତି କପିଲ ଶର୍ମା ସୋ’ରେ ସାମିଲ ହୋଇଥିବାରୁ ତାଙ୍କୁ ନେଇ ଜୋର ସୋରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

dutee chand

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More